Advertisement

ମହାସିଙ୍ଗି ପଞ୍ଚାୟତର ବିଭିନ୍ନ ସମସ୍ୟା: ସମୂହ ୱାର୍ଡ ସଭ୍ୟ ବିଡିଓଙ୍କୁ ଭେଟି ଜଣାଇଲେ

ବାଲିଗୁଡା,୧୪।୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ପଞ୍ଚାୟତର ୧୧ଟି ୱାଡର୍ର୍ର ସମୂହ ୱାର୍ଡସଭ୍ୟ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହ ପଞ୍ଚାୟତରେ ଥିବା ପ୍ରତ୍ୟେକ ୱାର୍ଡର ପିଇବା ପାଣି ସମସ୍ୟା ସହ କିଛି ୱାର୍ଡକୁ ପକ୍କା ରାସ୍ତା ନ ଥିବା ଓ ଦୋକାନ ଗୃହଭଡା ଦେବାରେ ଅନିୟମିତତା, ନିୟମିତ ମାସିକ ବୈଠକ ଓ ଉନ୍ନତି ମୂଳକ କାର୍ଯ୍ୟହେଉ ନ ଥିବା ସହ ପଞ୍ଚାୟତକୁ ସର୍ବସାଧାରଣ ପାଇଁ ଆସିଥିବା ଟିଭିକୁ ସରପଞ୍ଚ ରଞ୍ଜିତ ମଲିକ ନିଜେ ରଖିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ କରିଥିବା ଜାକେରପଡାର ୱାର୍ଡ ସଭ୍ୟା ବାଅନ ଚନ୍ଦ୍ର ମଲିକ, ଗେଗୁରପଦରର ହରିଶ ଚନ୍ଦ୍ର, ଗୁମାପଦରର ନିତାଇ ଚନ୍ଦ୍ର ପାତ୍ର, ଇନ୍ଦିରାଜାର ଶ୍ରୀକାନ୍ତ ସାଣ୍ଢ ଓ ଅନ୍ୟାନ୍ୟ ୱାର୍ଡ ସଭ୍ୟ ସମୂହ ବଡିଓଙ୍କୁ ଭେଟି ଲିଖିତ ଆକାରରେ ଅଭିଯୋଗ କରିଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel