ପୁଣି ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ କଲେ ବର୍ଷା

କଟକ ଅଫିସ,୧୦ା୬: ଥମୁନି ବର୍ଷା-ଅନୁଭବଙ୍କ ବିବାଦ। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଏହି ମାମଲା ରୁଜୁ କରିଛନ୍ତି। ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କ ସମ୍ମାନ ହାନି କଲା ପରି ମନ୍ତବ୍ୟ ଦେଉଥିବାରୁ ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ।

ସୂଚନାଯୋଗ୍ୟ, ପୂର୍ବରୁ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏମ୍‌ପି ଅନୁଭବ ମହାନ୍ତି, ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିସାରିଛନ୍ତି । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ  କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଅନୁଭବଙ୍କ ପୈତୃକ ଘରେ ବର୍ଷା ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ତେବେ ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

Share