ନାମାଙ୍କନ ଦାଖଲ ବେଳେ ସାମ୍ନାକୁ ଆସିଲା ବଡ଼ ସତ୍ୟତା, ବର୍ଷାଙ୍କର ରହିଛି ୮ ନାଁ

ଭୁବନେଶ୍ୱର,୧୧।୫: ବଡ଼ଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶୁକ୍ରବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବର୍ଷା ଦାଖଲ କରିଥିବା ସତ୍ୟପାଠ ଏବେ ବିଜେଡିର ନିଦ ହଜାଇ ଦେଇଛି। ବର୍ଷାଙ୍କ ବିଭିନ୍ନ ସରକାରୀ ରେକର୍ଡରେ ଭିନ୍ନ ଭିନ୍ନ ନାଁ ରହିଛି। ଏପରିକି ତାଙ୍କ ବାପା-ମା’ଙ୍କ ନାଁ ବି ସରକାରୀ ରେକର୍ଡରେ ତ୍ରୁଟିପୂର୍ଣ୍ଣ ରହିଛି। ମିଳିଥିବା ସୂଚନାନୁଯାୟୀ, ବିଭିନ୍ନ ସରକାରୀ ରେକର୍ଡରେ ବର୍ଷାଙ୍କର ୮ ଟି ନାଁ ରହିଛି ଓ ସେ ସମସ୍ତ ନାଁ ତାଙ୍କର ବୋଲି ବର୍ଷା ସତ୍ୟପାଠରେ ଦର୍ଶାଇଛନ୍ତି। ହାଇସ୍କୁଲ ସାର୍ଟିଫିକେଟଠୁ ଆରମ୍ଭ କରି ବ୍ୟାଙ୍କ ଖାତା, ପ୍ୟାନ୍‌ କାର୍ଡ ଓ ଆଧାର ନମ୍ବର ଆଦି ସରକାରୀ ରେକର୍ଡରେ ନାଁ’ରେ ତ୍ରୁଟି ରହୁଥିବା ବେଳେ ବର୍ଷା କାହିଁକି ଆପତ୍ତି ଉଠାଉ ନ ଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share