ପୁଣି ହାଇକୋର୍ଟ ଗଲେ ବର୍ଷା

କଟକ ଅଫିସ,୨୭।୫: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଏମ୍‌ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡ଼ିଆରେ ଅପମାନଜନ ପୋଷ୍ଟ ହେଉଥିବା ନେଇ ଅଦାଲତଙ୍କୁ ଅବଗତ କରାଇଛନ୍ତି ବର୍ଷା । ମାମଲାରେ ଅନୁଭବ ଓ ରାଜ୍ୟ ସରକାରଙ୍କ ପକ୍ଷ ଭୁକ୍ତ । ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ତାଙ୍କ ମର୍ଯ୍ୟାଦା ହାନି କରୁଥିବା ସେ ପିଟିସନରେ ଉଲ୍ଲେଖ କରିଛନ୍ତି ।

ଏପଟେ ଅନୁଭବ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଏବେ ସୋସିଆଲ ମିଡ଼ିଆରେ ସାହାରା ନେଇଛନ୍ତି । ସେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଜାରି କରି ବର୍ଷାଙ୍କୁ ପ୍ରେମ କରିବା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କଣ ଘଟିଛି ସେ ସମ୍ପର୍କରେ ଖୋଲାଖୋଲି ଭାବରେ ଶେୟାର କରିଛନ୍ତି ଅନୁଭବ। େବେ ଭିଡ଼ିଓକୁ ଆଧାର କରି ବର୍ଷା ପୁରୀଘାଟ ଥାନାରେ ଏତଲା ଦେବା ପରେ ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

Share