ହେବ ନାହିଁ ବରୁଣ ଧାୱନଙ୍କ ରିସେପ୍ସନ

ବଲିଉଡ ଅଭିନେତା ବରୁଣ ଧାୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ୨୪ ଜାନୁୟାରୀରେ ବିବାହ କରିଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଧଳା ପୋଷାକରେ ଏହି ଦମ୍ପତି ଚମତ୍କାର ଦେଖାଯାଉଥିଲେ। ଫେବୃଆରୀ ୨ ରେ ମୁମ୍ବାଇରେ ଉଭୟଙ୍କ ରିସେପ୍ସନ ପାର୍ଟି ଆଯୋଜନ କାରାଯାଉଥିବା ଚର୍ଚ୍ଚା ହେଉଥିଲା।
କିନ୍ତୁ ବରୁଣଙ୍କ ଦାଦା ତଥା ଅଭିନେତା ଅନିଲ ଧାୱନ ଫେବୃଆରୀ ୨ରେ ବରୁଣ ଏବଂ ନତାଶାଙ୍କ ବିବାହ ରିସେପ୍ସନ ପାଇଁ କୌଣସି ଯୋଜନା କରାଯାଇ ନାହିଁ ବୋଲି ନିଶ୍ଚିତ କରିଛନ୍ତି। ଅନିଲ କହିଛନ୍ତି, ସେପରି କିଛି ପ୍ରସ୍ତୁତି କରାଯାଇ ନାହିଁ । ଯଦି ଏହିପରି କିଛି ଘଟେ, ଆମେ ତାରିଖ ସ୍ଥିର କରିବୁ । ବିବାହ ସମାରୋହ ପରେ ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସେ ସୂଚନା ଦେଇଛନ୍ତି।

Share