କକାଙ୍କୁ ଜଣା ନାହିଁ ଏହି ମାସରେ ବିବାହ କରିବେ ପୁତୁରା ବରୁନ୍‌ ଧାଓ୍ବନ…

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହେଉଛି ଅଭିନେତା ବରୁଣ ଧାୱନଙ୍କ ବିବାହ । ଗତ କିଛିଦିନ ହେବ ଏହି ଖବର ଜୋର ଧରିଛି ଯେ, ବରୁଣ ଚଳିତ ମାସରେ ଆଲିବାଗରେ ତାଙ୍କର ପୁରୁଣା ଘନିଷ୍ଠ ବନ୍ଧୁ ନତାଶା ଡାଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ, ଏହି ଦୁଇଜଣଙ୍କ ପରିବାର ବିବାହ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ସମ୍ପର୍କୀୟ ତଥା ବନ୍ଧୁମାନଙ୍କୁ ବିବାହ କାର୍ଡ ମଧ୍ୟ ବଣ୍ଟନ କରାଯାଇଛି। କିନ୍ତୁ, ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହା ବରୁଣଙ୍କ କକା ଅନିଲ ଧାୱନଙ୍କୁ ଜଣାନାହିଁ।

ଏକ ସାକ୍ଷାତ୍‌କାର ସମୟରେ ବରୁଣଙ୍କ କକା ଅନିଲ ଥଟ୍ଟା କରି କହିଛନ୍ତି ଯେ, ସେ ବିବାହ ନିମନ୍ତ୍ରଣ ପାଇ ନାହାନ୍ତି।

ପରେ ଅନିଲ କହିଛନ୍ତି, ପରିବାରରେ ବିବାହ ହେବ, ପରିବାର ଲୋକଙ୍କୁ ଡକାଯିବନି ଏହା କେବେ ହୋଇପାରେ?

Share