ବରୁଣ ଧାଓ୍ବନ କରୋନା ପଜିଟିଭ୍‌ ଚିହ୍ନଟ

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି। ଚଣ୍ଡିଗଡରେ ନିଜ ଆଗାମୀ ଫିଲ୍ମ ଜୁ୍‌ ଜୁଗ୍‌ ଜିୟୋ ଶୁଟିଂ କରୁଥିବାବେଳେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସାଙ୍ଗମାନଙ୍କ ସହିତ ତାଙ୍କ ଭିଡିଓ କଲର ଏକ ସ୍କ୍ରିନସଟ ଶେୟାର କରି ବରୁଣ ଲେଖିଛନ୍ତି, ମହାମାରୀ ସମୟରେ କାମକୁ ଫେରିବା ପରେ ମୁଁ କରୋନା ଆକ୍ରାନ୍ତ ହୋଇଛି। ଶୁଟିଂ ସେଟ୍‌ରେ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା ଏହା ସତ୍ତ୍ୱେ ମୁଁ କରୋନା ଆକ୍ରାନ୍ତ ହୋଇଛି। ତେଣୁ ଦୟାକରି ଅତିରିକ୍ତ ସାବଧାନ ରୁହନ୍ତୁ ବୋଲି ବରୁଣ କହିଛନ୍ତି। କବେଳ ବରୁଣ ନୁହଁନ୍ତି, ତାଙ୍କ ସହଅଭିନେତ୍ରୀ ନୀତୁ କପୁର ଏବଂ ଜୁ୍‌ ଜୁଗ୍‌ ଜିୟୋ ଫିଲ୍ମ ନିର୍ଦ୍ଦେଶକ ରାଜ ମେହତା ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।

Share