ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଅନେକ ସେଲିବ୍ରିଟି ସିବିଆଇ ଯାଞ୍ଚ୍ ଦାବି କରିଛନ୍ତି। ଅଭିନେତା ବରୁଣ ଧାଓ୍ବନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୁଶାନ୍ତ ଆତ୍ମହତ୍ୟା ସିବିଆଇ ଯାଞ୍ଚ୍ ପାଇଁ କହିଛନ୍ତି। କିନ୍ତୁ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନାହିଁ। ତାଙ୍କ ପ୍ରଶଂସକ ଓଲଟା କହିଛନ୍ତି ବରୁଣ ନିଜ ଆଗାମୀ ଫିଲ୍ମ କୁଲି ନଂ ୧ ପାଇଁ ସହାନୁଭୂତି ଗୋଟାଇବାକୁ ଚାହୁଁଛନ୍ତି। ସେଥିପାଇଁ ସୁଶାନ୍ତଙ୍କୁ ସାହାରା କରିଛନ୍ତି। ଅନେକ ପ୍ରଶଂସକ କହିଛନ୍ତି ବରୁଣ ବୋଧେ ଏବେ କୋମାରୁ ଉଠିଲେ। ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁର ୨ ମାସ ପରେ ସୋସିଆଲ ମିଡିଆରେ ତାଙ୍କ ବିଷୟରେ କହୁଛନ୍ତି। ବୋଧହୁଏ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସଡକ-୨ ଟ୍ରେଲର୍କୁ ଲୋକେ ଅଧିକ ନାପସନ୍ଦ କରିବା ପରେ ବରୁଣ ଭୟଭୀତ ହୋଇଯାଇଛନ୍ତି। କାଳେ ନିଜ ଫିଲ୍ମକୁ କରିବେ ବରୁଣ ସେଥିପାଇଁ ଆଗୁଆ ସୁଶାନ୍ତଙ୍କ ନାଁ ନେଇ ସହାନୁଭୂତି ଗୋଟାଇଛନ୍ତି ବୋଲି ପ୍ରଶଂସକ ମତ ଦେଇଛନ୍ତି।