ପ୍ରଥମଥର ଜାହ୍ନବୀଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବରୁଣ

ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମଥର ଲାଗି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଫିଲ୍ମ ‘ବୱାଲ’ ଜରିଆରେ ଏମାନେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ପ୍ରଥମେ ମେକର୍ସ ଫିଲ୍ମର ରିଲିଜ୍ ଡେଟ୍ ୨୨ ଫେବୃୟାରୀ ୨୦୨୨ ଘୋଷଣା କରିଥିବା ବେଳେ ଏବେ ବରୁଣ ଧୱନ ସୋସିଆଲ ମିଡିଆରେ ପୋଷ୍ଟର ଶେୟାର କରି ଏହାର ରିଲିଜ୍ ଡେଟ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଇନଷ୍ଟାଗ୍ରାମରେ ବରୁଣ ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି ‘ବୱାଲ’ ଏପ୍ରିଲ ୭, ୨୦୨୩ରେ ରିଲଜ୍ ହେବାକୁ ଯାଉଛି । ନ୍ୟାଶନାଲ ଆୱାର୍ଡ ୱିନର ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଓ ସାଜିଦ ନାଡିୱାଡୱାଲାଙ୍କ ପ୍ରଯୋଜିତ ଏହି ଫିଲ୍ମ ବୋବାଲ କରିବ ବୋଲି ବରୁଣ ଲେଖିଛନ୍ତି । ତେବେ ପରଦାରେ ପ୍ରଥମଥର ଲାଗି ବରୁଣ ଓ ଜାହ୍ନବୀଙ୍କ ଯୋଡିକୁ ଦର୍ଶକେ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।

Share