‘ବଓ୍ବାଲ’ର ସିନକୁ ନେଇ ଆପତ୍ତି ଉଠାଇଲେ ଇସ୍ରାଏଲ ଦୂତାବାସ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ବରୁଣ ଧୱନ ଏବଂ ଜାହ୍ନବି କପୁରଙ୍କ ଅଭିନୀତ ଫିଲ୍ମ ‘ବାୱାଲ’ ନିକଟରେ ରିଲିଜ ହୋଇଥିବା ବେଳେ ଏବେ ଏହାକୁ ନେଇ ବବାଲ ହୋଇଛି। ଗୋଟିଏ ପଟେ ଉଭୟ ଅଭିନେତା ଅଭିନେତ୍ରୀଙ୍କୁ ସେମାନଙ୍କ ଅଭିନୟ ପାଇଁ ପ୍ରଶଂସା ମିଳୁଛି। ଅନ୍ୟ ପଟେ ଇସ୍ରାଏଲ ଦୂତାବାସ ଏହି ରୋମାଣ୍ଟିକ ଡ୍ରାମା ମୁଭିର କିଛି ଦୃଶ୍ୟକୁ ବିରୋଧ କରିଛି।
ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶିତ ମୁଭି ‘ବାୱାଲ’ ସେଲିବ୍ରିଟଙ୍କ ଠାରୁ ପଜିଟିଭ ରିଭ୍ୟୁ ପାଇଛି। କିଛି ଦିନ ପୂର୍ବେ ବରୁଣ କହିଥିଲେ ଯେ ପ୍ରଥମ ଥର ପାଇଁ ତାଙ୍କୁ ଏକ ଫିଲ୍ମ ପାଇଁ ବହୁତ କଲ ଆସିଥିଲା। ଉଭୟ ତାରକା ନିଜ ନିଜ ପ୍ରଦର୍ଶନ ପାଇଁ ପ୍ରଶଂସା ପାଇଥିବାବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଦୃଶ୍ୟକୁ ନେଇ ଇସ୍ରାଏଲ ଦୂତାବାସ ଆପତ୍ତି କରିଛି। ବାସ୍ତବରେ, ଏହି ମୁଭିରେ ବୈବାହିକର ତୁଳନା ଅଶଭିଟଜ (Auschwitz) ଏବଂ ଲୋଭୀ ଲୋକଙ୍କୁ ହିଟଲରଙ୍କ ସହ ତୁଳନା କରାଯାଇଛି। ଆଉ ଏହାକୁ ନେଇ ହିଁ ଏକ ବିବାଦ ଉପୁଜିଛି।
ଇସ୍ରାଏଲର ଦୂତାବାସ ପକ୍ଷରୁ ଟୁଇଟରରେ ଲେଖିଛନ୍ତି ଯେ ସମ୍ପ୍ରତି ମୁଭି ‘ବାୱାଲ’ ଦ୍ୱାରା ହୋଲୋକାଷ୍ଟର ଗୁରୁତ୍ୱକୁ ତୁଚ୍ଛ କରି ଇସ୍ରାଏଲ ଦୂତାବାସ ଅସୁବିଧାରେ ପଡିଛି। ମୁଭିରେ କିଛି ଶବ୍ଦର ବ୍ୟବହାରରେ ଭୁଲ ଥିଲା। ଯେତେବେଳେ ଆମେ ବିଶ୍ୱାସ କରୁ ଯେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା, ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେଉଁମାନେ ହୋଲୋକାଷ୍ଟର ଭୟାବହତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନୁହଁନ୍ତି, ସେମାନେ ଏହା ବିଷୟରେ ନିଜକୁ ଶିକ୍ଷିତ କରନ୍ତୁ।

Share