ମୁମ୍ବାଇ: ବଲିଉଡ୍ ନାୟକ ବରୁଣ ଧୱନ ଅଭିନେତ୍ରୀ କିଆରା ଆଡଭାନୀ ଓ ନିତୁ କପୁର ଏବେ ଗୋଟିଏ ଫିଲ୍ମରେ ନଜର ଆସିବେ । ଫିଲ୍ମର ନାମ ରହିଛି ‘ଯୁଗ ଯୁଗ ଜିୟୋ’ । ଏବେ ଏହାର ଶୁଟିଂ ଚଣ୍ଡିଗଡ଼ରେ ଚାଲିଥିବା ବେଳେ କଳାକାରମାନେ ସେହିଠାରେ ଅଛନ୍ତି । ହେଲେ ଏବେ କିଛି ସମୟ ପାଇଁ ଶୁଟିଂକୁ ବନ୍ଦ କରିବାକୁ ପଡିଛି । ଏହାର କାରଣ ହେଉଛି ଫିଲ୍ମ ‘ଯୁଗ ଯୁଗ ଜିୟୋ’ ସେଟ୍ର କେତେଜଣ ସଦସ୍ୟ ଏବେ କରୋନାରେ ପୀଡ଼ିତ ହୋଇଛନ୍ତି । ଏହାରି ଭିତରେ ବରୁଣ, କିଆର ଓ ନିତୁ କପୁର ମଧ୍ୟ କରୋନାରେ ପୀଡ଼ିତ ହୋଇଥିବା ଶୁଣିବାକୁ ମିଳିଛି । କୁହାଯାଉଛି ଏମାନଙ୍କ କରୋନା ଟେଷ୍ଟ ରିପୋର୍ଟ ଗୁରୁବାର ସନ୍ଧ୍ୟାରେ ଆସିଥିବା ବେଳେ ୩ କଳାକାର କରୋନା ପଜିଟିଭ ହୋଇ ଯାଇଛନ୍ତି । ଯାହା ଫଳରେ ଶୁଟିଂକୁ ଅଟକାଇ ଦିଆଯାଇଛି । କିନ୍ତୁ ଅଫିସିୟାଲି ଏହାର କୌଣସି ସୂଚନା ଦିଆଯାଇ ନାହିଁ । ଫିଲ୍ମ କଥା ଆଲୋଚନା କଲେ ପ୍ରଥମଥର ଲାଗି ବରୁଣ ଓ କିଆରା ଗୋଟିଏ ଫିଲ୍ମରେ ଧମାଲ କରିବାକୁ ଯାଉଛି । ଏହାପୂର୍ବରୁ ଅବଶ୍ୟ ଏହି ଯୋଡି ଧର୍ମା ପ୍ରଡକସନର ‘କଳଙ୍କ’ ମୁଭିର ଏକ ଗୀତରେ ନଜର ଆସିଥିଲେ । ହେଲେ ଏଥର ଏହି ଯୋଡିଙ୍କୁ ଦର୍ଶକେ ବେଶ୍ ପସନ୍ଦ କରିବେ ବୋଲି କୁହାଯାଉଛି । ଫିଲ୍ମରେ ଏଭରଗ୍ରୀନ୍ ନାୟକ ଅନିଲ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ‘ଯୁଗ ଯୁଗ ଜିୟୋ’ର ନିର୍ଦ୍ଦେଶନା ଦେଇଛନ୍ତି ରାଜ ମେହେଟା ।