ଖୁବ୍‌ଶୀଘ୍ର ବାପା ହେବେ ବରୁଣ!

ଅଭିନେତା ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଅଭିନୀତ କମେଡି ଫିଲ୍ମ ‘ଭେଡିଆ’ ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଫିଲ୍ମକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଥିଲେ। ଏଥିସହିତ କ୍ରିତିଙ୍କ ସହ ବରୁଣ ତାଙ୍କ ଫିଲ୍ମକୁ ବକ୍ସ ଅଫିସରେ ହିଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁ ନାହାଁନ୍ତି। ନିକଟରେ ଦୁହେଁ ଫିଲ୍ମର ପ୍ରମୋଶନ ପାଇଁ ସଲମାନ ଖାନଙ୍କ ହୋଷ୍ଟ ଶୋ ‘ବିଗ ବସ ୧୬’ର ସେଟ୍‌ରେ ପହଞ୍ଚିଥିଲେ। ଏଠାରେ ଦୁହେଁ ଶୋ’ର ପ୍ରତିଯୋଗୀମାନଙ୍କ ସହିତ ଦୁହେଁ ବହୁତ ମଜା କରିଥିଲେ। ଶୋ’ରେ ସଲମାନ ବରୁଣଙ୍କ ପିତା ହେବାର ସୂଚନା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।
ବରୁଣ ଧାୱନ କ୍ରିତିଙ୍କ ସହ ‘ବିଗ ବସ ୧୬’ର ସେଟରେ ପହଞ୍ଚିଥିଲେ। ସଲମାନ ଉଭୟଙ୍କୁ ଜୋରଦାର ସ୍ବାଗତ କରିଥିଲେ। ଏହା ପରେ ସଲମାନ ବରୁଣ ଧାୱନଙ୍କ ସହ ଏକ ଗେମ୍‌ ଖେଳନ୍ତି। ଏକ ଟାଇଗର ଖେଳନା ଦେଖି ସଲମାନ ସଲମାନ କୁହନ୍ତି, ଏହା ବରୁଣଙ୍କ ପିଲାଙ୍କ ପାଇଁ। ବରୁଣ ତୁରନ୍ତ ଉତ୍ତର ଦେଇ କୁହନ୍ତି, ପିଲାଟି ଏପର୍ଯ୍ୟନ୍ତ ଜନ୍ମ ହୋଇନାହିଁ। ଜବାବରେ ସଲମାନ କୁହନ୍ତି, ଖୁବ୍‌ଶୀଘ୍ର ଆସିଯିବ।
ଯଦିଓ ସଲମାନ ଶୋ’ରେ ଏହାକୁ ଏକ ମଜାଳିଆ ଢଙ୍ଗରେ କହିଥିଲେ, କିନ୍ତୁ ସୋସିଆଲ ମିଡିଆରେ ଭାଇଜାନଙ୍କ ଏହି ବଡ଼ ସୂଚନା ପାଇଁ ବରୁଣଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଆଲିଆ ଭଟ୍ଟ, ବିପାଶା ବସୁ, ସୋନମ କପୁରଙ୍କ ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ବରୁଣ ଧାୱନଙ୍କ ସ୍ତ୍ରୀ ନତାଶା ମଧ୍ୟ ଖୁସି ଖବର ଦେବାକୁ ଯାଉଛନ୍ତି। ଏଥିରେ କେତେ ସତ୍ୟ ଅଛି, ସମୟ ଆସିଲେ ହିଁ ଜଣା ପଡିବ
୨୪ ଜାନୁୟାରୀ ୨୦୨୧ରେ ବରୁଣ ଧାୱନ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିଲେ।

Share