ବାପା ହେଲେ ବରୁଣ ଧାୱନ

ବଲିଉଡ ଅଭିନେତା ବରୁଣ ଧାୱନ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଦଲାଲ ୩ ଜୁନରେ ଏକ ଝିଅ ଜନ୍ମ ଦେଇଥିଲେ। ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି। ଜେଜେବାପା ହୋଇଥିବା ଡେଭିଡ ଧାୱନ ନାତୁଣୀ ଏବଂ ବୋହୂଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ।
ନତାଶାଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବରୁଣ ଧାୱନଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା। ଏହି ସମୟରେ ବରୁଣଙ୍କ ହାତରେ ଏକ ବ୍ୟାଗ ଏବଂ ପାଣି ବୋତଲ ଥିବା ଦେଖିବାକୁ ମିଳିଥିଲା।
ବରୁଣ ଧାୱନ ୧୮ ଫେବୃଆରୀ ୨୦୨୪ରେ ନତାଶାଙ୍କ ଗର୍ଭଧାରଣ ବିଷୟରେ ଏକ ଖୁସି ଖବର ଶେୟାର କରିଥିଲେ। ସେ ନିଜ ସ୍ତ୍ରୀଙ୍କ ସହ ନିଜର ଏକ କଳା ଏବଂ ଧଳା ଫଟୋ ଶେୟାର କରିଥିଲେ। ଏଥିରେ ସେ ନତାଶାଙ୍କ ବେବିବମ୍ପକୁ ଚୁମ୍ବନ ଦେଉଥିବାର ନଜର ଆସିଥିଲେ।
ବରୁଣ ଧାୱନ ଏବଂ ନତାଶା ଡାଲାଲ ପରସ୍ପରର ପିଲାଦିନର ବନ୍ଧୁ ଥିଲେ। ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ ଏବଂ ଜାନୁଆରୀ ୨୪, ୨୦୨୧ରେ ବିବାହ କରିଥିଲେ।

Share