ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଫିଟ୍ନେସ ପ୍ରିୟ। ତାଙ୍କର ଓ୍ବାର୍କଆଉଟ୍ ଭିଡିଓ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଯେତେ ବ୍ୟସ୍ତତା ଭିତରେ ବରୁଣ ରହିଲେ ମଧ୍ୟ ଓ୍ବାର୍କଆଉଟ୍ କରିବାକୁ ଆଦୌ ଭୁଲନ୍ତି ନାହିଁ। ଏବେ ବରୁଣ ଅରୁଣାଚଳରେ ଫିଲ୍ମ ଶୁଟିଂ କରୁଛନ୍ତି। ଏହି ସମୟରେ ମଧ୍ୟ ସେ ଓ୍ବାର୍କଆଉଟ୍ କରୁଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ବରୁଣ ଧାଓ୍ବନ ଯୋଗ କରୁଥିବା ନଜର ଆସିଛନ୍ତି। ଏତେ କଷ୍ଟକର ଆସନ ହୋଇ ମଧ୍ୟ ସେ ସହଜରେ କରିପାରୁଛନ୍ତି। ଭିଡିଓ ଶେୟାର କରି ବରୁଣ ଲେଖିଛନ୍ତି, MR BOOMBATIC- flow। ପ୍ରଶଂସକମାନେ ବରୁଣଙ୍କ ବ୍ୟାୟାମ ଦେଖି ପ୍ରଶଂସା କରୁଛନ୍ତି। ମାତ୍ର ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଏମିତି କିଛି ନୋଟିସ କରିଛନ୍ତି ଯାହା ଦେଖି ସେ ହସି ହସି ଗଡ଼ିଛନ୍ତି। ବରୁଣ ଯୋଗ କରିବା ସମୟରେ ଯେଉଁ ମ୍ୟାଟ୍ ଉପରେ ବସିଛନ୍ତି ତାହା ବାରମ୍ବାର ଖସି ଯାଉଛି। ଏହା ଦେଖି ଇଲିଆନା କହିଛନ୍ତି, ତୁମକୁ ମ୍ୟାଟ୍ ସାଥ୍ ଦେଉନି। ତୁମକୁ ଗୋଟିଏ ଭଲ ମ୍ୟାଟ୍ ଦରକାର। ଇଲିଆନାଙ୍କ କମେଣ୍ଟରେ ପ୍ରଶଂସକମାନେ ହସ ରୋକି ପାରୁନାହାନ୍ତି।
ଓ୍ବାର୍କଫ୍ରଣ୍ଟ କଥା ଯଦି କହିବା ତେବେ ବରୁଣ ଆଗାମୀ ଫିଲ୍ମ ‘ଓ୍ବେ ଯୁଗ୍ ଯୁଗ୍ ଜିଓ’ରେ ନଜର ଆସିବେ। ତାଙ୍କ ସହିତ ଅନିଲ କପୁର, କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।