ଟ୍ରୋଲ ହେଲେ ବରୁଣ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଦମଦାର ଅଭିନେତାଙ୍କ ତାଲିକାରେ ସାମିଲ ଅଛି ବରୁଣ ଧୱନଙ୍କ ନାଁ । ତାଙ୍କ ଅଭିନୟକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚନା ବି ହୋଇଥାଏ । ଏବେ ସୋସିଆଲ ମିଡିଆରେ ବରୁଣ ପୋଷ୍ଟ କରିଥିବା ଏକ ଲାଟେଷ୍ଟ ଫଟୋ ସାମ୍ନାକୁ ଆସିଛି । ଏହି ଫଟାକୁ ନେଇ ବରୁଣ ଟ୍ରୋଲର ଶିକାର ହୋଇଛନ୍ତି ।
ନିଜର ଦମଦାର ଆକ୍ଟିଂକୁ ନେଇ ଦର୍ଶକଙ୍କ ମନ ଜିତିଥିବା ବରୁଣ ଧୱନ କିଛି ସମୟରେ ନେଟିଜେନ୍ସଙ୍କ ଟ୍ରୋଲର ବି ଶିକାର ହୋଇଛନ୍ତି । ସୋମବାର ବରୁଣ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ ଏକ ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ସୁଇମିଂ ପୁଲରେ ମସକୁଲାର ବଡି ଦେଖାଉଥିବା ଦେଖାଯାଇଛି । ଏହି ଫଟୋ ଆସିବା ପରେ ସୋସିଆଲ ମିଡିଆରେ ବରୁଣ ଟ୍ରୋଲ ହୋଇଛନ୍ତି । କମେଣ୍ଟରେ ଜଣେ ୟୁଜର ଲେଖିଛନ୍ତି, ଓଭର ଆକ୍ଟିଂର ଦୁକାନ । ଅନ୍ୟଜଣେ ଲେଖିଛନ୍ତି, ସାଉଥ ଫିଲ୍ମ ପ୍ରମାଣ କରି ଦେଇଛି କି ସମ୍ମାନ, ତରକ୍କି ଓ ଶୋହରତ ପାଇଁ କପଡା ଖୋଲିବାର ଆବଶ୍ୟକତା ନାହିଁ ।

Share