ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା ବରୁଣ ଧଓ୍ବନ। ଶୀଘ୍ର ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା କେତେ ସତ କେତେ ମିଛ ଜଣାପଡ଼ି ନ ଥିଲେ ସୁଦ୍ଧା ଉଭୟଙ୍କ ସମ୍ପର୍କକୁ ନେଇ ଏକ ରୋଚକ କଥା ସାମ୍ନାକୁ ଆସିଛି।

ଷଷ୍ଠ ଶ୍ରେଣୀରୁ ପରସ୍ପରକୁ ଜାଣନ୍ତି ବରୁଣ-ନତାଶା। ପ୍ରଥମେ ବନ୍ଧୁ ହେବା ପରେ ପରସ୍ପରର ପ୍ରେମରେ ପଡ଼ିଥିବା କୁହାଯାଏ। ହେଲେ ଏହା ଏତେ ସହଜ ନ ଥିଲା। ତିନିରୁ ଚାରିଥର ପ୍ରେମ ନିବେଦନ କରିବା ସତ୍ତ୍ୱେ ନତାଶା ବରୁଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ରାଜି ହୋଇଥିବା ନେଇ କରିନା କପୁରଙ୍କ ଶୋ’ରେ ବରୁଣ ମନକଥା କହିଛନ୍ତି।

ନତାଶାଙ୍କ ସହ ଲିଭ୍‌ ଇନ୍‌ରେ ରହିବାକୁ ବରୁଣଙ୍କ ବହୁତ ଇଚ୍ଛା। ହେଲେ ପରିବାରଲୋକେ ରାଜି ହେଉ ନାହାନ୍ତି। ସେମାନେ ବିବାହ କରନ୍ତୁ ବୋଲି ସେମାନେ ଚାହାନ୍ତି। ଏଣୁ ବରୁଣ ତାଙ୍କୁ ବିବାହ କରିପାରନ୍ତି। ଶୋ’ରେ କରିନା ନତାଶାଙ୍କୁ ‘ମଙ୍ଗେତର’ କହିଥିବା ଯୋଗୁ ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ଚର୍ଚ୍ଚା ହେଉଛି। ଯଦି ଏକଥା ସତ ହୋଇଥାଏ ତେବେ ପ୍ରଶଂସକମାନେ ବରୁଣଙ୍କ ବିବାହ ଖବର ଶୁଣିବାକୁ ପାଇବେ।

Share