Categories: ଜାତୀୟ

ଏମ୍‌ପିଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିବାରୁ କହିଲେ, ମୁଁ ତୁମ ପିତାଙ୍କ ଚାକର ନୁହେଁ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶର ପିଲିଭିତର ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ବରୁଣ ଗାନ୍ଧୀ ଜଣେ ବ୍ୟକ୍ତିଙ୍କୁ ଗାଳି ଦେଉଥିବାର ଶୁଣିବାକୁ ମିଳୁଛି। ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବରୁଣଙ୍କ ସାହାଯ୍ୟ ପାଇଁ ଫୋନ୍‌ କରିଥିବା ଜଣାପଡିଛି। ଭାଇରାଲ ଅଡିଓରେ ଗୋଟିଏ ପଟେ ବରୁଣ ଗାନ୍ଧୀ ଏବଂ ଅନ୍ୟ ପଟେ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସରର୍ଭେଶ ଅଛନ୍ତି। ଏହି ଅଡିଓରେ ଏହା ଶୁଣିବାକୁ ମିଳୁଛି ଯେ ବରୁଣ ଅସମୟରେ କଲ୍‌ କରିଥିବାରୁ ସର୍ଭେଶଙ୍କୁ ଉପରେ ରାଗି ଯାଇ କହୁଛନ୍ତି, ମୁଁ ତୁମ ପିତାଙ୍କର ଚାକର ନୁହେଁ। ସୂଚନାଯୋଗ୍ୟ, ବରୁଣ ଗାନ୍ଧୀଙ୍କ ଫୋନ କରିଥିବା ବ୍ୟକ୍ତି ସର୍ଭେଶଙ୍କ ଘରେ ପୋଲିସ ଚଢାଉ କରିଥିଲା। ଚଢାଉ ସମୟରେ ଘର ଭିତରୁ ବେଆଇନ ମଦ ଜବତ କରାଯାଇଛି। ତାଙ୍କ ନାଁରେ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସର୍ଭେଶଙ୍କୁ ଗିରଫ କରିଥିଲା। ଏହି ସମୟରେ ସର୍ଭେଶ ବରୁଣ ଗାନ୍ଧୀଙ୍କୁ ଫୋନ କରି ସାହାଯ୍ୟ ମାଗିଥିଲେ। ଲୋକଙ୍କୁ ଏଭଳି ବ୍ୟବହାର ପାଇଁ ବିରୋଧୀ ବରୁଣଙ୍କ ଉପରେ ବର୍ଷିଛନ୍ତି।

Share