ସାଉଥ୍ ଅଭିନେତା ବରୁଣ ତେଜଙ୍କ ଅଭିନୀତ ଫିଲ୍ମ ‘ଘାନି’ ଏପ୍ରିଲ ୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ରିଲିଜ୍ ହେବା ପୂର୍ବରୁ ତେଲେଙ୍ଗାନା ସରକାର ପ୍ରେକ୍ଷାଳୟର ଟିକେଟ୍ର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବରୁଣଙ୍କ ଘାନି ଚଳିତ ବର୍ଷ ପ୍ରାରମ୍ଭରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ତେବେ କରୋନା ଏବଂ ବଡ ବଜେଟ ଚଳଚ୍ଚିତ୍ରର କ୍ରମାଗତ ରିଲିଜ୍ ହେତୁ ଫିଲ୍ମକୁ ସ୍ଥଗିତ ରଖାଯାଇଥିଲା।