ଓଟିଟିରେ ଡେବ୍ୟୁ କରିବେ ବରୁଣ, ସାମନ୍ଥାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ଅଭିନେତା ବରୁଣ ଧାୱନ ଆଜିକାଲି ତାଙ୍କ ଅପକମିଙ୍ଗ ଫିଲ୍ମ ‘ଭେଡିଆ’କୁ ନେଇ ଟର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ବରୁଣ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଦକ୍ଷିଣର ଚର୍ଚ୍ଚିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିବେ। ତେବେ ବରୁଣ ଏବଂ ସାମନ୍ଥାଙ୍କ ଯୋଡିକୁ ଦର୍ଶକ ଖୁବ ଶୀଘ୍ର ଦେଖିବାକୁ ପାଇବେ। ଫିଲ୍ମକୁ ନେଇ ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ଏକ ସ୍ପାଇ ଥ୍ରୀଲର ସିରିଜ । ଏହା ଭାରତୀୟ ସଂସ୍କରଣରେ ପ୍ରସ୍ତୁତ କରାଯାଉଛି ।

Share