ସାଇକେଲରେ ବୁଲି ଏକତା ବାର୍ତ୍ତା ବାଣ୍ଟୁଛନ୍ତି ଭାସ୍କର

ପଟ୍ଟାଙ୍ଗୀ,୨୪ା୧୦(ଡି.ଏନ.ଏ.):ସମାଜରେ ଏମିତି କିଛି ଖିଆଲି ମଣିଷ ଥାନ୍ତି ସେମାନେ ନିଜ ଅପେକ୍ଷା ଅନ୍ୟମାନଙ୍କ ଚିନ୍ତା କରିଥାନ୍ତି। ସମାଜର, ପାରିପାର୍ଶ୍ୱିକ ପରିବେଶ ସ୍ଥିତି ନେଇ ସେମାନେ ନିଜ ମନକଥାକୁ ବିଭିନ୍ନ ମାଧ୍ୟମରେ ଅନ୍ୟମାନଙ୍କୁ ଜଣାଇଥାନ୍ତି। ସେହିପରି ଜରେ ଯୁବକ ହେଲେ ଭାସ୍କର ଭଣ୍ଡାରୀ। ନିଜ ପରିବାର ଛାଡ଼ି ସେ ଦୀର୍ଘ ୧୦ମାସ ହେଲା ଘରୁ ବାହାରିଆସି ସାଇକେଲରେ ବିଭିନ୍ନ ରାଜ୍ୟ ବୁଲିବୁଲି ଏକତାର ବାର୍ତ୍ତା ବାଣ୍ଟୁଛନ୍ତି।
ଉତ୍ତରାଖଣ୍ଡ ଭାଗେଶ୍ୱର ଅଞ୍ଚଳର ଭାସ୍କର ଗତ ଜାନୁଆରୀ ୫ରୁ ନିଜ ଘରୁ ଏକ ସାଇକେଲରେ ବାହାରି ଦୀର୍ଘ ୧୦ ମାସ ହେଲା ନିଜ ରାଜ୍ୟ ସହ ଅନ୍ୟରାଜ୍ୟ ବୁଲି ଏକତା ମନ୍ତ୍ର ବାଣ୍ଟୁଛନ୍ତି। ଇତି ମଧ୍ୟରେ ସେ ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, କେରଳ, ଗୋଆ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ବୁଲି ନିଜ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିଛନ୍ତି। ଏବେ ସେ ଓଡିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀରେ ପହଞ୍ଚତ୍ଛନ୍ତି। ପଡାଲଗୁଡା ଛକ ନିକଟରେ ଥିବା ଭଗବାନ ପଡାଲଙ୍କ ଢାବାରେ ଶନିବାର ରାତ୍ରିଯାପନ କରିଥିଲେ। ପୁଣି ରବିବାର ସକାଳୁ
ନିଜ ଲକ୍ଷ୍ୟ ଅଭିମୁଖେ ବାହାରିବା ସମୟରେ ଭାରତବର୍ଷର ସମସ୍ତ ଲୋକଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି କରିବା ଏବଂ ସମସ୍ତଙ୍କ ସଂସ୍କୃତି ପରମ୍ପରାକୁ ସମ୍ମାନ ଦେବା ହେଉଛି ତାଙ୍କର ଏହି ଯାତ୍ରାର ଲକ୍ଷ୍ୟ ବୋଲି ଭାସ୍କର କହିଥିଲେ। ସାଇକେଲରେ ଯାତ୍ରା କରୁଥିବା ଭାସ୍କର ଯେଉଁଠି ରାତି ହେଉଛି ସେଇଠି ଆଶ୍ରୟ ନେଇ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରି ବିଶ୍ରାମ ନେଇ ପୁଣି ତା ପରଦିନ ସକାଳୁ ନିଜ ଲକ୍ଷ୍ୟ ଅଭିମୁଖେ ବାହାରି ଯାଉଛନ୍ତି। ପଟ୍ଟାଙ୍ଗୀରେ ଭାସ୍କର ପହଞ୍ଚତ୍ବା ପରେ ତାଙ୍କ କାର୍ଯ୍ୟ ସମ୍ପର୍କରେ ଜାଣି ଭଗବାନ ପଡାଲ, ଯୁବ ଖବରଦାତା ଶରତ ଧଳ, ଶ୍ୱାତିକ ଚୌଧୁରୀ, ଅନୁପମ ପାଣ୍ଡେ,ଜିତେନ ଚୌଧୁରୀଙ୍କ ସହ ଗ୍ରାମବାସୀ ତାଙ୍କୁ ସ୍ବାଗତ ଜଣାଇ ସମ୍ମାନିତ କରିଥିଲେ। ସୂଚନାଯୋଗ୍ୟ, ଭାସ୍କର ଜଣେ ଉଚ୍ଚ ଶିକ୍ଷିତ ଯୁବକ। କାଶ୍ମୀର ଫାଇଲ ଏବଂ ହିନ୍ଦୁତ୍‌ଭା ଭଳି ଚଳଚିତ୍ରରେ ଅଭିନୟ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।