ଆତ୍ମବିଶ୍ୱାସ ବୃଦ୍ଧି, ସଫଳତା ପାଇଁ କରନ୍ତୁ ଏପରି

ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆତ୍ମବିଶ୍ୱାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ପାଖରେ ଆତ୍ମବିଶ୍ୱାସର ଅଭାବ ଥାଏ ତେବେ ସେ କୌଣସି ଲକ୍ଷ ସ୍ଥଳରେ ପହଞ୍ଚିପାରି ନ ଥାଏ। ଆତ୍ମବିଶ୍ୱାସ ଅଭାବ ଯୋଗୁ ଜଣେ ବ୍ୟକ୍ତିକୁ ନିଜ କଥାକୁ ଅନ୍ୟ ସମ୍ମୁଖରେ ଉପସ୍ଥାପନା କରିବାରେ ଅସୁବିଧା ହୋଇଥାଏ। ତେବେ ବାସ୍ତୁ ଅନୁସାରେ କ’ଣ କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଜାଣିବା।
– ଏକ ପିତ୍ତଳ ଧାତୁ ତିଆରି ବାଘକୁ ଘରର ପୂର୍ବ ଦିଗରେ ରଖିଲେ ଆତ୍ମବିଶ୍ୱାର ବୃଦ୍ଧି ପାଇଥାଏ
– ପାଠ ପଢ଼ିବା ସମୟରେ ପୂର୍ବ ଦିଗକୁ ମୁହଁକରି ପଢ଼ିଲେ ଆତ୍ମବିଶ୍ୱାସ ବୃଦ୍ଧି ହୁଏ।
-ସର୍ବପ୍ରଥମେ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗର ଝରକା, କବାଟ ଖୋଲା ରଖନ୍ତୁ। କାରଣ ଏହି ଦିଗରୁ ସକାରାତ୍ମକ ଶକ୍ତି ଆସିଥାଏ।
-ଟେବୁଲ ଉପରେ ଡାହାଣ ପାଶ୍ୱକୁ କ୍ରିଷ୍ଟର ଗଛ ରଖନ୍ତୁ।
-ଅଫିସରେ କାମ କରୁଥିଲେ ନିଜ ଟେବୁଲ ବା ଚେୟାର ପାଖରେ ଏକ କ୍ରିଷ୍ଟଲ ଗଛ ବା ଶୋ’ପିସ୍‌ ରଖନ୍ତୁ। ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।