ବେଳେବେଳେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଘରେ ଝଗଡ଼ା ଲାଗି ସମ୍ପର୍କରେ ତିକ୍ତତା ଆସିଥାଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ଅନେକେ ସନ୍ଦେହ କରିଥାନ୍ତି। ବାସ୍ତୁ ଅନୁସାରେ ଘରେ କେମିତି ଶାନ୍ତି ବଜାୟ ରହିବ ସେ ନେଇ କିଛି ଟିପ୍ସ…
ତେଲରେ ଲବଙ୍ଗ ପକାଇ ଦୀପ ଜଳାଇଲେ ଘରେ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଥରେ ହେଉନା କାହିଁକି ଘରେ ଝୁଣା ଧୂପ ଲଗାଇବା ଶୁଭ ସୂଚକ ହୋଇଥାଏ।
ଗୁରୁବାର ଦିନ ତୁଳସୀ ଚଉରାରେ କିଛି କ୍ଷୀର ଢାଳିଲେ ଘରେ ଅଯଥାରେ କଳହ ଲାଗେ ନାହିଁ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
ତାଓ୍ବାରେ ରୁଟି ସେକିବା ପୂର୍ବରୁ ସେଥିରେ କିଛି କ୍ଷୀରର ଛିଟା ମାରିକି ସେକିବା ସହ ପ୍ରଥମ ରୁଟିକୁ ଗୋମାତାଙ୍କୁ ଖାଇବାକୁ ଦେଲେ ଘରେ ସୁଖଶାନ୍ତି ବଢିଥାଏ।
ଗୋଟିଏ ରେଖାରେ ତିନୋଟି କବାଟ ରହିବା ଆଦୌ ଶୁଭ ଲକ୍ଷଣ ହୋଇ ନଥାଏ।
କିମ୍ବା ଅନାବଶ୍ୟକ ଜିନିଷ ତଥା ଶୁଖିଲା ଫୁଲ ଆଦିକୁ ଘରେ ରଖିବା ଉଚିତ୍ ନୁହେଁ।
ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗୀର ଫଟୋକୁ ଡ୍ରଇଂ ରୁମ୍ରେ ଲଗାଇଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ।
ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜୀମା ଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ।