କୁହାଯାଏ, ନକାରାତ୍ମକ ଉର୍ଜାର ପ୍ରଭାବରେ ଘରେ କଳହ ଲାଗିବା ସହ ଆର୍ଥତ୍କ ଦୁରବସ୍ଥା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇଁ ଫିଟିକିରିର କ’ଣ ସବୁ ଭୂମିକା ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…
* ବାସ୍ତୁଶାସ୍ତ୍ର ଅନୁସାରେ, ଫିଟିକିରି ମିଶା ପାଣିରେ ଘର ପୋଛିଲେ ଘରୁ ନକାରାତ୍ମକ ଉର୍ଜା ଦୂର ହେବା ସହ ଚଟାଣରେ ଥିବା କୀଟାଣୁମାନେ ମରିଯାଆନ୍ତି। ତା’ସହିତ ଏହା ଘରର ଆର୍ଥିକାବସ୍ଥାକୁ ସୁଧାରିବାରେ ବି ବେଶ୍ ସହାୟକ ହୋଇଥାଏ।
*ବେଳେବେଳେ କିଛି କାରଣ ନ ଥାଇ ବି ମନଦୁଃଖ ହେଲା ଭଳି ଲାଗେ। ତେଣୁ ଏ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗାଧୋଇବା ପାଣିରେ କିଛି ଫିଟିକିରି ମିଶାଇ ଗାଧୋଇଲେ ସୁଫଳ ମିଳିଥାଏ।
*ଘରେ ହେଉ ଅବା କାର୍ଯ୍ୟକ୍ଷେତ୍ରରେ ଯଦି କିଛି ବାସ୍ତୁଦୋଷ ରହିଥିବା ଯୋଗୁ କଳହ ଲାଗିବା ସହ ଆର୍ଥିକ ସମସ୍ୟା ଦେଖା ଯାଉଥାଏ, ତା’ହେଲେ ଗିନାରେ କିଛି ଫିଟିକିରି ନେଇ ଏମିତି ସ୍ଥାନରେ ରଖନ୍ତୁ, ଯେମିତି ତାହାକୁ କେହି ଦେଖିପାରିବେ ନାହିଁ। କିଛିଦିନ ପରେ ଏହାର ସୁ-ପରିଣାମ ଆପଣ ଧୀରେ ଧୀରେ ଅନୁଭବ କରିପାରିବେ।
*ବ୍ୟବସାୟରେ ବାରମ୍ବାର କ୍ଷତି ହେଉଥିଲେ ଗୋଟିଏ କଳା କପଡାରେ କିଛି ଫିଟିକିରି ନେଇ କାର୍ଯ୍ୟାଳୟର ମୁଖ୍ୟଦ୍ୱାରରେ ବାନ୍ଧିଦେଲେ, ବ୍ୟବସାୟରେ ଲାଗିଥିବା ନଜର ଦୋଷ ବା ନକାରାତ୍ମକତା ଦୂର ହୋଇଥାଏ।