ଘରେ ଝାଡୁ କରିବା ଓ ରଖିବା ସମୟରେ କରନ୍ତୁ ନାହିଁ ଏପରି ଭୁଲ: ମାଡ଼ି ଆସିବ ଦରିଦ୍ରତା

ପ୍ରତ୍ୟେହ ସକାଳେ ଏବଂ ଅପରାହ୍ନରେ ଘର ଝାଡ଼ୁ କରାଯାଏ। ଏହି ଝାଡ଼ୁକୁ ନେଇ ଅନେକ ବାସ୍ତୁଗତ ସମସ୍ୟା ରହିଛି। ଯେପରିକି ଝାଡ଼ୁକୁ ଓଲଟା ରଖିବା ଠିକ୍‌ ନୁହେଁ, ଝାଡ଼ୁରେ ଗୋଡ ମାରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗିଯାଇଥାନ୍ତି। ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି। ଜାଣନ୍ତୁ ସେସବୁ..

-ପୌରାଣିକ ଗ୍ରନ୍ଥରେ କୁହାଯାଇଛି ଯେ ଅନ୍ଧାର ହେବା ପରେ ଝାଡ଼ୁ ଲଗାଇବା ଅଶୁଭ। ଏହାଛଡ଼ା ଯଦି ଘରର କେହି ସଦସ୍ୟ ଘରୁ ବାହାରକୁ ଯାଆନ୍ତି ତେବେ ତୁରନ୍ତ ଝାଡ଼ୁ ଲଗାଇବା ଅଶୁଭ ହୋଇଥାଏ। ଏଣୁ ସେ ଯିବାର ୧ ରୁ ୨ ଘଣ୍ଟା ପରେ ଘର ସଫା କରନ୍ତୁ।

-ଝାଡ଼ୁରେ ଗୋଡ଼ ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଲକ୍ଷ୍ମୀ କୋପ କରନ୍ତି। ଏଣୁ ଝାଡ଼ୁର ଆଦର କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ।

-ଘରେ କେବେହେଲେ ଓଲଟା ଝାଡ଼ୁ ରଖନ୍ତି ନାହିଁ। ଏହାଦ୍ୱାରା କଳିଝଗଡ଼ା ବଢ଼େ।

-ଝାଡ଼ୁକୁ କେବେ ହେଲେ ଘର ବାହାରେ ଅଥବା ଛାତ ଉପରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ଚୋରି ହେବାର ଭୟ ରହିଥାଏ।

-ଝାଡ଼ୁକୁ ସର୍ବଦା ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠୁ ଘର ଅଥବା ବାହାର ସଦସ୍ୟ ତାକୁ ଦେଖି ପାରିବେ ନାହିଁ।

-ଯଦି ଘରର କୌଣସି ଶିଶୁ ହଠାତ୍‌ ଝାଡ଼ୁ ଲଗାଇବାକୁ କୁହନ୍ତି ତେବେ ଘରକୁ ଅତିଥି ଆସିପାରନ୍ତି ବୋଲି କୁହାଯାଏ।

-ନୂଆ ଘର କରିବା ପରେ ସେଠାରେ ପୁରୁଣା ଝାଡ଼ୁ ନେଇକରି ଯିବା ଅଶୁଭ।

-ସ୍ବପ୍ନରେ ଯଦି କିଏ ନୂଆ ଝାଡ଼ୁ ନେଇ ଛିଡ଼ା ହୋଇଥିବା ଦେଖ, ତେବେ ଏହା ସୌଭାଗ୍ୟ ପ୍ରାପ୍ତିର ପ୍ରତିକ ବୋଲି କୁହାଯାଏ।