ବିଶ୍ୱ ସମ୍ବନ୍ଧୀୟ ବିଜ୍ଞାନ ହେଉଛି ବାସ୍ତୁଶାସ୍ତ୍ର; ଯାହା ସୁସୃଷ୍ଟ ପରିବେଶ ତିଆରି ସହିତ ଜୀବନରେ ସୁଖ, ସମୃଦ୍ଧି, ଧନ ବିଭବ ବୃଦ୍ଧି ଆଦିରେ ସାହାଯ୍ୟ କରେ। ଜାଣନ୍ତୁ ବାସ୍ତୁଶାସ୍ତ୍ରରେ କ’ଣ ରହିଛି ଶୋଇବା ଘରର ନିୟମ-
-ଶୋଇବା ଘର ସର୍ବଦା ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ। ଏହାଦ୍ୱାରା ଘରର ମୁରବିଙ୍କ ସ୍ବାସ୍ଥ୍ୟ ଓ ସମ୍ପତ୍ତି ବୃଦ୍ଧି ହେବା ସହ ସେ ଦୀର୍ଘାୟୁ ହୋଇଥାନ୍ତି।
ଶୋଇବା ଘରକୁ କେବେବି ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଦିଗରେ କରନ୍ତୁ ନାହିଁ। କାରଣ ଦକ୍ଷିଣ-ପୂର୍ବ ଦିଗରେ ଶୋଇବାଘର ରହିଲେ; ସର୍ବଦା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ ଏବଂ ଉତ୍ତର-ପୂର୍ବ ଦିଗରେ ରହିଲେ ସର୍ବଦା ସ୍ବାସ୍ଥ୍ୟ ଅସୁବିଧା ଲାଗିରହିବ।
ଶୋଇବା ଘର ଉତ୍ତର ଦିଗରେ ରହିଲେ ବହୁତ ଭଲ, ବିଶେଷ କରି ଯେଉଁ ପିଲାମାନେ ଚାକିରି ବା ବ୍ୟବସାୟ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଭଲ। ଏହାଛଡା ପୂର୍ବ ଦିଗରେ ରହିଲେ ମଧ୍ୟ ପିଲା ଖୁବ୍ ଚତୁର, ଧୀସମ୍ପନ୍ନ ଏବଂ ବୁଦ୍ଧିମାନ ହୋଇଥାନ୍ତି।
ସ୍ତ୍ରୀ ସର୍ବଦା ମୁଖ୍ୟ ଶୋଇବା ଘରେ ରହିବା ଉଚିତ। ଅନୁସାରେ ସବୁବେଳେ ପୂର୍ବ ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ।
ଘରେ ଡ୍ରେସିଂ ଟେବୁଲ ଥିଲେ ସର୍ବଦା ଧ୍ୟାନ ଦେବେ ଯେମିତି ତାକୁ ଖଟ ସାମ୍ନାରେ ରଖିବେ ନାହିଁ, ଅର୍ଥାତ୍ ଖଟର ପ୍ରତିବିମ୍ବ ଯେମିତି ଦର୍ପଣରେ ପଡୁ ନ ଥିବ।