Categories: ଜାତୀୟ

ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ମୁଣ୍ଡରେ ହାତ ରଖିଲେ ବସୁନ୍ଧରା: ନିଜସ୍ବ ଇଚ୍ଛା ନା ହାଇକମାଣ୍ଡଙ୍କ ଆଦେଶ ସେ ନେଇ…

ଜୟପୁର,୧୭।୧୨: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶୁକ୍ରବାର ନବନିର୍ବାଚିତ ସିଏମ୍‌ ଭଜନଲାଲ୍‌ ଶର୍ମାଙ୍କ ମୁଣ୍ଡରେ ନିଜ ହାତ ରଖିଥିଲେ। ଏହାକୁ ନେଇ ରାଜନୈତିକମହଲରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୧ ଘଣ୍ଟା ଯାଏ ସେ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ। ଏଣୁ ସେ ସ୍ବଇଚ୍ଛାରେ ନା ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଯୋଗୁ ଏଭଳି କରିଛନ୍ତି ତାହାକୁ ନେଇ ଆଲୋଚନା ବୃଦ୍ଧି ପାଇଛି। ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ଶପଥ ନେବା ପରେ ଭଜନଲାଲ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ରାଜ୍ୟ ଅଧ୍ୟକ୍ଷ ସିପି ଜୋଶୀ ଏବଂ ବସୁନ୍ଧରାଙ୍କ ସହିତ ସଚିବାଳୟରେ ପହଞ୍ଚିଥିବା ଦେଖାଯାଇଛି।

କହିରଖୁଛୁ, ନିର୍ବାଚନ ଫଳାଫଳ ଆସିବା ପରେ ଅନେକ ବିଧାୟକ ବସୁନ୍ଧରାଙ୍କ ଆବାସରେ ପହଞ୍ଚିଥିଲେ। ଏହାକୁ ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଇଥିଲା। ହେଲେ ପରେ ଏହା ବଦଳିଥିଲା। ଭାଜପା ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ବରିଷ୍ଠ ନେତାଙ୍କ ସହମତି ଲୋଡ଼ୁଥିଲା। ଏଣୁ ଏହାକୁ ସେଦିଗରେ ଏକ ପଦକ୍ଷେପ ବୋଲି କୁହାଯାଇଥିଲା।

Share