Categories: ଜାତୀୟ

ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିବେ ବସୁନ୍ଧରା: ଅରୁଣ ସିଂ

ଜୟପୁର,୧୭ା୮: ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ଭାଜପା ଦୁଇଟି ମୁଖ୍ୟ ନିର୍ବାଚନ କମିଟି ଗଠନ କରିଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କୌଣସି କମିଟିରେ ରଖାଯାଇ ନାହିଁ। କମିଟିରେ ବସୁନ୍ଧରାଙ୍କୁ ନିଆ ନ ଯିବା ନେଇ ପ୍ରଶ୍ନ ହେବାରୁ ସେ ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିବେ ବୋଲି ରାଜ୍ୟ ଭାଜପା ପ୍ରଭାରୀ ଅରୁଣ ସିଂ କହିଛନ୍ତି। ବସୁନ୍ଧରା ଦୁଇଥର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି। ତେଣୁ ତାଙ୍କୁ ବଡ଼ ଭୂମିକା ମିଳିବ ବୋଲି ଅରୁଣ ଖବରଦାତାମାନଙ୍କୁ କହିଛନ୍ତି।

ପୂର୍ବତନ ଏମ୍‌ପି ନାରାୟଣ ପଞ୍ଚରିୟାଙ୍କ ନେତୃତ୍ୱରେ ୨୧ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠନ ହୋଇଛି। ଏପରିକି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କ ନେତୃତ୍ୱରେ ନିର୍ବାଚନ ଇସ୍ତାହାର କମିଟି ଗଠନ ହୋଇଛି। ଖୁବ୍‌ଶୀଘ୍ର ଭାଜପା ନିର୍ବାଚନ ପ୍ରଚାର କମିଟି ଗଠନ କରିବ ବୋଲି କୁହାଯାଉଛି

Share