Categories: ଜାତୀୟ

ରାଜନାଥ ସିଂଙ୍କ ସହ ବୈଠକ ପରେ ହସି ହସି ବାହାରକୁ ଆସିଲେ ବସୁନ୍ଧରା, ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ହେବ ଘୋଷଣା

ଜୟପୁର,୧୨।୧୨: ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଶେଷ ହେବାକୁ ଯାଉଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚିତ ବସୁନ୍ଧରା ରାଜେ ପର୍ଯ୍ୟବେକ୍ଷକ ରାଜନାଥ ସିଂଙ୍କ ସହ ଏକ ବନ୍ଦ କୋଠରୀରେ ବୈଠକ କରିଛନ୍ତି। ବୈଠକ ପରେ ବସୁନ୍ଧରା ହସି ହସି ବାହାରକୁ ଆସିଛନ୍ତି। ତେବେ ବସୁନ୍ଧରାଙ୍କୁ ପୁଣିଥରେ ଭାଜପା ସୁଯୋଗ ଦେଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ବସୁନ୍ଧରା ଆଗରେ ଅଛନ୍ତି। ସୂତ୍ର ଅନୁଯାୟୀ, ରାଜସ୍ଥାନରେ ଦୁଇଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇପାରେ।

ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଥିବା ଭାଜପା ବିଧାୟକ ଦଳ ବୈଠକରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ବିଧାୟକ ଦଳର ନେତା ନିର୍ବାଚନ ପରେ ମଙ୍ଗଳବାର ରାଜ୍ୟପାଳଙ୍କ ସାମ୍ନାରେ ସରକାର ଗଠନ ପାଇଁ ଦାବି କରିବେ। ବିଧାୟକ ଦଳ ବୈଠକ ଆରମ୍ଭ ପୂର୍ବରୁ ଏକ ଫଟୋ ସେସନ ଅନୁଷ୍ଠିତ ହୋଇଛି। ଏଥିରେ ରାଜନାଥ ସିଂଙ୍କ ପାଖରେ ବସୁନ୍ଧରା ବସିଥିବା ନଜର ଆସିଛନ୍ତି।

Share