୪ କୋଟିରୁ ଅଧିକ ଟଙ୍କାର ଭାଟ୍‌ ହେରଫେର:ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୩ା୧୨(ସୂର୍ଯ୍ୟକାନ୍ତ ବେହେରା):ଭାଟ୍‌ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍‌ଟି କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିଷ୍ଟାଣ୍ଟ ବାଣିଜ୍ୟକର ଅଧିକାରୀ ଅବିନାଶ ପ୍ରଧାନ ଓ ଗିରଫ ୨ ବ୍ୟବସାୟୀ ହେଲେ ସାତ୍ୟକୀ ପଟ୍ଟନାୟକ ଏବଂ ଦୀପ୍ତିକାନ୍ତ ଚୌଧୁରୀ। ଭିଜିଲାନ୍ସ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସାରେ ଭୁବନେଶ୍ୱରର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରିଥିଲା। ଜାମିନ ନ ମିଳିବାରୁ ସମସ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଭିଜିଲାନ୍ସର ସୂଚନା ଅନୁଯାୟୀ, ଅବିନାଶ ପ୍ରଧାନ ସିଟି ଆଣ୍ଡ ଜିଏସ୍‌ଟି ଭୁବନେଶ୍ୱର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ଏହି ଠକେଇ କରିଥିଲେ। ଏକ ଘରୋଇ କମ୍ପାନୀ ‘ମେସର୍ସ ଜି ଇ ଭେରୋନା ଟି ଆଣ୍ଡ୍‌ ଡି ଲିଃ’ର ଜିଏସ୍‌ଟି କାଗଜପତ୍ରରେ ଜାଲିଆତିକରି ୪ କୋଟି ୩ ଲକ୍ଷ ୯ ହଜାର ୭୨୩ ଟଙ୍କା ହଡ଼ପ କରିନେଇଥିଲେ। ଏଥିରେ ସାତ୍ୟକୀ ଓ ଦୀପ୍ତିକାନ୍ତ ତାଙ୍କୁ ସହଯୋଗ କରିଥିଲେ। ୨୦୧୧ ଜୁନ୍‌ ୧ରୁ ୩୦ ତାରିଖ ଓ ୨୦୧୨ ମାର୍ଚ୍ଚ ୧ରୁ ୩୧ତାରିଖ ମଧ୍ୟରେ ଆରେଭା ଟି ଆଣ୍ଡ୍‌ ଡି କମ୍ପାନୀର ମାଲିକ ଦୀପ୍ତିକାନ୍ତ ୧କୋଟି ୨୩ଲକ୍ଷ ଟଙ୍କା ଏବଂ ଅଲ୍‌ଷ୍ଟମ ଟି ଆଣ୍ଡ୍‌ ଡି କମ୍ପାନୀ ମାଲିକ ସାତ୍ୟକୀ ୨୦୧୧ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ ମଧ୍ୟରେ ୨କୋଟି ୮୦ଲକ୍ଷ ୯ହଜାର ୭୧୭ଟଙ୍କାର ଭାଟ୍‌ ସଂକ୍ରାନ୍ତ ଜାଲ୍‌ ଦସ୍ତାବିଜ ମେସର୍ସ ଜିଇ ଆଣ୍ଡ୍‌ ଟିଡି ଇଣ୍ଡିଆ ଲିଃ(ଏବେ ମେସର୍ସ ଜିଇ ଭେରୋନା) ପକ୍ଷରୁ ଦାଖଲ କରିଥିଲେ। ମେସର୍ସ ଜିଇ ଭେରୋନା ଲି’ କମ୍ପାନୀକୁ ଅଭିଯୁକ୍ତ ୨ ବ୍ୟବସାୟୀ ନିଜର ଦର୍ଶାଇବା ପାଇଁ ନକଲି ଷ୍ଟାମ୍ପ୍‌ ଓ ଦସ୍ତଖତ ଜରିଆରେ ଏହି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି। ଏନେଇ କମ୍ପାନୀକୁ ଭାଟ୍‌ ରିଟର୍ନ ବାବଦକୁ କୌଣସି ଟଙ୍କା ଆସି ନ ଥିବା ଅଡିଟ୍‌ ସମୟରେ ଜଣାପଡ଼ିଥିଲା। ଏହାପରେ କମ୍ପାନୀ କର୍ତ୍ତୃପକ୍ଷ ଏନେଇ ଭୁବନେଶ୍ୱରସ୍ଥିତ ସିଟି ଆଣ୍ଡ ଜିଏସ୍‌ଟି ଅଫିସ୍‌କୁ ଅବଗତ କରାଇଥିଲେ। ଜିଏସ୍‌ଟି ବିଭାଗ ପକ୍ଷରୁ ଏନେଇ ଭିଜିଲାନ୍ସରେ ଚଳିତ ମାସ ୧୦ ତାରିଖରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ଭିଜିଲାନ୍ସ ମାମଲା ନଂ.୧୫/୨୦୨୪ ରୁଜୁକରି ଘଟଣାର ତଦନ୍ତକରି ଅବିନାଶଙ୍କ ସମେତ ସାତ୍ୟକୀ ଓ ଦୀପ୍ତିକାନ୍ତଙ୍କୁ ଗିରଫ କରିଥିଲା। ତେବେ ଏଥିରେ ବହୁ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଭିଜିଲାନ୍ସ ପକ୍ଷରୁ ସନ୍ଦେହ କରାଯାଉଛି। ସେହିପରି ଗିରଫ ୨ ବ୍ୟବସାୟୀ ପୂର୍ବରୁ ଉକ୍ତ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ନେଇ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ ପରେ ହୋମଗାର୍ଡଙ୍କ ସମେତ ୫ ଗିରଫ

ଦାରିଙ୍ଗବାଡ଼ି,୧୩ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗଞ୍ଜେଇ ଗଛକୁ ନ କାଟିବା ପାଇଁ ଗଞ୍ଜେଇ ଚାଷୀଙ୍କ ସହ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ...

କଟକରେ ଚାଞ୍ଚଲ୍ୟ: ନଦୀପଠାରେ ମହିଳାଙ୍କୁ ଗଳାକାଟି ହତ୍ୟା

କଟକରେ,୧୩।୧୨: କଟକ କନ୍ଦରପୁର ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନଦୀପଠାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ମହିଳାଙ୍କ...

ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କରି ପ୍ରେମିକ ଗିରଫ

ଭୁବନେଶ୍ବର,୧୩।୧୨: ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ପ୍ରେମିକାର ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ପ୍ରେମିକଙ୍କୁ...

ବାଇକ୍‌କୁ ପଛପଟୁ ଧକ୍କାଦେଲା ଅଜଣାଗାଡ଼ି, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ସାଲେଭଟା ଅଙ୍ଗ ନଦୀ ପୋଲ ଉପରେ ଗୁରୁବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ...

ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୨: ଲୋକସେବା ଭବନରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାସ୍ଥ୍ୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର...

ଜୟନାରାୟଣଙ୍କୁ କଡ଼ା ସମାଲୋଚନା କଲେ ଭୂପିନ୍ଦର, କହିଲେ ଫୁଟ୍‌ବଲ ରେଫରି ଥିଲେ ସେଥିପାଇଁ ହୁଇସିଲ୍‌ ମାରିବା…

ଭୁବନେଶ୍ୱର,୧୩ା୧୨: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂ। ସେ କହିଛନ୍ତି, ଭାଷାର...

ଦୁର୍ବ୍ୟବହାର ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ତହସିଲ କର୍ମଚାରୀ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ ଅଫିସରେ ଆରଓଆର ସାର୍ଟିଫାଏଡ୍‌ କପି ମଗା ଘଟଣାକୁ ନେଇ ଗୁରୁବାର ଓକିଲ ଓ ତହସିଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ।...

ଦୂତି ଚାନ୍ଦଙ୍କ କାର୍‌କୁ ପିଟିଲା ଟ୍ରକ୍‌: ଗୋଡ଼ାଇ ଗୋଡ଼ାଇ ଟ୍ରକ୍‌କୁ କଲେ କାବୁ…

କଟକ,୧୩ା୧୨ (କାର୍ତ୍ତିକ ସାହୁ):୧୬ ନମ୍ବର ଜାତୀୟ ରାଜପଥର କଟକ ମଧୁପାଟଣା ନିକଟରେ ଗୁରୁବାର ରାତି ପ୍ରାୟ ୮ଟାରେ ଅଲିମ୍ପିଆନ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri