Categories: ଖେଳ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୧: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ବେଦା କୃଷ୍ଣମୂର୍ତ୍ତି ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିବଂଗତ ମା’ଙ୍କ ଜନ୍ମ ବାର୍ଷିକୀ ଅବସରରେ ସେ କର୍ନାଟକ କ୍ରିକେଟର ଅର୍ଜୁନ ହୋଏସାଲାଙ୍କ ହାତ ଧରିଛନ୍ତି। ଏହାପରେ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରି ବେଦା ଏନେଇ ସୂଚନା ଦେଇଛନ୍ତି।

୨୦୨୧ ମସିହାରେ କୋଭିଡ ସମ୍ବନ୍ଧୀୟ ଜଟିଳତା ହେତୁ ବେଦାଙ୍କ ମା’ ଚେଲୁଭମ୍ବା ଦେବୀ (୬୭)ଙ୍କ ମୃତ୍ୟୁ ଘଟିଥିଳା। ତେବେ ତାଙ୍କ ଜନ୍ମ ବାର୍ଷିକୀରେ ବେଦା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ବେଙ୍ଗାଲୁରୁର ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏକ ସାଧାରଣ ସମାରୋହରେ ବେଦା ଏବଂ ଅର୍ଜୁନ ସେମାନଙ୍କର ବିବାହ ରୀତିନୀତି ସମାପ୍ତ କରିଥିଲେ। ଏହି ସମୟରେ କେବଳ ପରିବାରଲୋକେ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ।

Share