Categories: ଜାତୀୟ

ବେଦ କୁମାରୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ନୂଆଦିଲ୍ଲୀ,୨୩।୨: ଓଡ଼ିଶାର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ଡ. ବେଦ କୁମାରୀ ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଏସ.କେ. ଭଟ୍ଟନଗର, ଡକ୍ଟର ଫୈଜାନ ମୁସ୍ତାଫା ଏବଂ ବିଚାରପତି ଏ.କେ. ପଟ୍ଟାନାୟକଙ୍କୁ ନେଇ ଗଠିତ ସର୍ଚ୍ଚ କମିଟି ପ୍ରଧାନ ବିଚାରପତିଙ୍କୁ ତିନି ଜଣଙ୍କ ନାମ ସୁପାରିଶ କରିଥିଲେ। ଆବେଦନ କରିଥିବା ୪୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଆଠ ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ଡ. ବେଦ କୁମାରୀ ଦିଲ୍ଲୀ ବିଶ୍ୱବିଦ୍ୟାଳର ଆଇନ ଫାକ୍ୟୁଲ୍ଟିର ଡିନ ଭାବେ କାର୍ଯ୍ୟ କରିଥିଲେ। ସେ ଦିଲ୍ଲୀ ଜୁଡିସିଆଲ ଏକାଡେମୀର ଅଧ୍ୟକ୍ଷା ଭାବେ ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଦାୟିତ୍ୱରେ ଅବସ୍ଥାପିତ ଥିଲେ। ୧୯୮୩ରୁ ୧୯୮୫ ପଯ;୍ୟନ୍ତ ସେ ଜମ୍ମୁ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟାପିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୯୭ରେ ସେ ଆମେରିକାର ଭାଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟରେ ଫୁଲବ୍ରାଇଟ ଫେଲୋ ଥିଲେ। ସେ ଭାରତରେ ନାବାଳକ ନ୍ୟାୟ ଉପରେ ତିନୋଟି ପୁସ୍ତକ ଲେଖିଛନ୍ତି। ଏହା ଅନ୍ତର୍ଗତ ‘ ଦ ଜୁଭେନାଇଲ୍‌ ଜଷ୍ଟିସ୍‌(କେୟାର ଆଣ୍ଡ୍‌ ପ୍ରୋଟେକଶନ୍‌ ଅଫ୍‌ ଚିଲଡ୍ରେନ୍‌) ଆକ୍ଟ-୨୦୧୫- କ୍ରିଟିକାଲ ଆନାଲିସିସ୍‌’ ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ।

Share