Advertisement

ବେଦାନ୍ତ ଆଲୁମିନିୟମର ମେଗା ସଡ଼କ ସୁରକ୍ଷା ସଚେତନତା

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମର ମେଗା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଏବଂ କମ୍ପାନୀର ବହୁ ପ୍ରତୀକ୍ଷିତ ଅଭିଯାନ ‘ସୁରକ୍ଷା ସାରଥି’ର ତୃତୀୟ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମ, ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଏବଂ ବ୍ରଜରାଜନଗର ଟ୍ରକ୍‌ ମାଲିକ ସଂଘ (ବିଟିଓଏ) ଭଳି ପ୍ରମୁଖ ପରିବହନକାରୀ ସଂଘ ଏବଂ ଇନାନି କୋଇଲା ସେବା ପ୍ରାଇଭେଟ୍‌ ଲିମିଟେଡ୍‌ ଭଳି ପରିବହନକାରୀଙ୍କ ସହ ସହଭାଗିତାରେ ବ୍ରଜରାଜନଗର ସମଲେଶ୍ୱରୀ ଖଣିରେ କମ୍ପାନୀର ମେଗା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଏବଂ ସୁରକ୍ଷା ସାରଥିର ତୃତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୫୦୦ରୁ ଅଧିକ ଡ୍ରାଇଭର ଅଂଶଗ୍ରହଣ କରିଥିଲେ। ଏପରିକି ସେମାନଙ୍କୁ ‘ସାରଥି’ ଭାବେ ମାନ୍ୟତା ଦିଆଯାଇଥିଲା, ଯାହା ଦ୍ୱାରା ସଡ଼କ ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କର ଅପରିହାର୍ଯ୍ୟ ଭୂମିକା ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଥିଲା। ସୁନ୍ଦରଗଡ଼ ଜିଲାରେ ପୂର୍ବ କାର୍ଯ୍ୟକ୍ରମର ଅଂଶୀଦାର ଏବଂ ଟ୍ରକ୍‌ ଡ୍ରାଇଭରମାନଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ପରେ ଏହା ବେଦାନ୍ତ ଝାରସୁଗୁଡ଼ା ୟୁନିଟର କାର୍ଯ୍ୟକ୍ଷମ ଅଞ୍ଚଳରେ କୋଇଲା ଲୋଡିଂ ପଏଣ୍ଟଗୁଡିକରେ ଚାଲିଥିବା ସଡ଼କ ସୁରକ୍ଷା ଅଭିଯାନର ତୃତୀୟ ସଂସ୍କରଣ ଥିଲା। ଅପରପକ୍ଷରେ ସଚେତନତା ଅଭିଯାନର ଏକ ଅଂଶ ଭାବେ ବେଦାନ୍ତ ଆଲୁମିନିୟମ୍‌ ସଡ଼କ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରି ଅନେକ ପ୍ରକାରର କାର୍ଯ୍ୟକଳାପ ଆୟୋଜନ କରିଥିଲା। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ସୁରକ୍ଷା ବେଦାନ୍ତ ଆଲୁମିନିୟମର ମୂଳ ମୂଲ୍ୟବୋଧରେ ଗଭୀର ଭାବେ ସନ୍ନିହିତ ହୋଇ ରହିଛି। ସୁରକ୍ଷା ସାରଥି ସହିତ ଆମେ ନିଶ୍ଚିତ କରୁଛୁ, ସଡ଼କ ସୁରକ୍ଷା ସଚେତନତା ଆମର କାର୍ଯ୍ୟ ବାହାରକୁ ବ୍ୟାପିବ ଏବଂ ବୃହତର ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚତ୍ବ। ବର୍ତ୍ତମାନ ଚାଲୁଥିବା ଅଭିଯାନ ଟ୍ରକ୍‌ ଡ୍ରାଇଭରମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଶିକ୍ଷା ଏବଂ ସଶକ୍ତ କରିବା ସହ ଆମର ନିରନ୍ତର ପ୍ରୟାସକୁ ଦୃଢ଼ କରିଥାଏ। ଏପରିକି ଆମେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ପରିବେଶରେ ଯୋଗଦାନ ଦେଉଥିବା ପଦକ୍ଷେପ ନେବା ପାଇଁ ପ୍ରତିବଦ୍ଧ ରହିଛୁ।ଲୋକନାଥ ମେହର ଏମଭିଆଇ-ଝାରସୁଗୁଡ଼ା କହିଛନ୍ତି, ବେଦାନ୍ତ ଆଲୁମିନିୟମ ଏବଂ ଜିଲା ପ୍ରଶାସନର ମିଳିତ ପ୍ରୟାସ ଟ୍ରକ୍‌ ଡ୍ରାଇଭରମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share