Categories: ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧।୩:ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀର ଓଡିଶା ୟୁନିଟ ଝାରସୁଗୁଡା ପକ୍ଷରୁ କୃଷି ଭିତିକ ସ୍ଥାୟୀ ଜୀବିକା ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ଝାରସୁଗୁଡ଼ା ଜିଲ୍ଲାର କୃଷକମାନଙ୍କ ମଧ୍ୟରେ ପରିବର୍ତନର ଏକ ଉଲ୍ଲେଖନୀୟ କାହାଣୀ ଉନ୍ମୋଚନ କରୁଛି। ବିଶେଷ କରି ଜଳବାୟୁ ସ୍ମାର୍ଟ କୃଷି ଅଭ୍ୟାସ ଏବଂ ଆନୁଷଙ୍ଗିକ ହସ୍ତକ୍ଷେପ ପ୍ରଚଳନ କରି କମ୍ପାନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏପରିକି କମ୍ପାନୀର ଉକ୍ତ ପ୍ରକଳ୍ପ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦୦ରୁ ଅଧିକ କୃଷକ ପରିବାରର ଜୀବନରେ ଉନ୍ନତି ଆଣିପାରିଛି। ସେହିଭଳି ଉକ୍ତ ଅଭିଯାନର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ଜିଲାରେ ଚାଲିଥିବା ବେଳେ ଝାରସୁଗୁଡ଼ାର ପରମାଣପୁର, କୁମୁଡାପାଲି ଓ ଡାଲକି ଗ୍ରାମରେ ଅତିରିକ୍ତ ୫୦୦କୃଷକ ପରିବାରକୁ ସଶକ୍ତ କରିବା ଉକ୍ତ ପ୍ରକଳ୍ପର ମୂଳ ଲକ୍ଷ୍ୟ ରହିଛି।

Share