ବେଦାନ୍ତ ଆଲୁମିନିୟମର ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ: ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ

ଭବାନୀପାଟଣା/ଲାଞ୍ଜିଗଡ଼, ୨୪।୧୦(ଉତ୍ତମ କୁମାର ଦାଶ/ରମେଶ ନାୟକ)- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ଗତ ମାସ ଠାରୁ ‘ସ୍ବର୍ଣ୍ଣ ପ୍ରାଶନ’ ଟିକାକରଣ ଅଭିଯାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲାର ୧୦ଟି ବିଦ୍ୟାଳୟର ୩୭୦୦ରୁ ଅଧିକ ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଗୁରୁବାର ଭବାନୀପାଟଣା ବ୍ରଜବିହାର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ‘ସ୍ବର୍ଣ୍ଣ ପ୍ରାଶନ’ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଡବାକ, ଡାକ୍ତର କ୍ଷେତେରା କାଣ୍ଡ,ବ୍ରଜବିହାର ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସରକାର, ଆୟୁଷ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଜିଲାରେ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁଛି । ଏହାସହ ରାୟଗଡା ଓ କୋରାପୁଟକୁ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି ।

ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ‘ସ୍ବର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ସାମୂହିକ ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଶିଶୁ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି ଓ ଆମେ ଭବିଷ୍ୟତ ପିିଲାକୁ ସୁସ୍ଥ ଆକାର ପ୍ରଦାନ କରୁଛୁ । ବେଦାନ୍ତ ଆଲୁମିନିୟମର ବକ୍ସାଇଟ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି, ଓଡ଼ିଶା ସରକାର ଓ ଆୟୁଷ ମନ୍ତ୍ରଣାଳୟ ସହ ଆମର ଭାଗିଦାରୀ ମାଧ୍ୟମରେ ଆମେ ସେପ୍ଟେମ୍ବରରେ ପ୍ରାୟ ୧୦୦୦ ଛାତ୍ରୀ ଛାତ୍ରଙ୍କୁ ଉପକୃତ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ କରିଥିଲୁ । ଏବେ ଏହାକୁ ଆହୁରି ବ୍ୟାପକ କରିଛୁ ବୋଲି କହିଛନ୍ତି।

Share