ଭୁବନେଶ୍ୱର: ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତ୍ତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଓ ଅଭିନବ ସମାଧାନ ପନ୍ଥା ପାଇଁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୦ (ଏନଇସିଏ) ରେ ୨ଟି ପ୍ରଥମ ପୁରସ୍କାର ଲାଭ କରିଛି। ଭାରତ ସରକାରଙ୍କ ବ୍ୟୁରୋ ଅଫ ଏନର୍ଜି ଦକ୍ଷତା (ବିଇଇ) ଦ୍ୱାରା ପ୍ରତିଷ୍ଠିତ ଏନଇସିଏ ପୁରସ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓଦ୍ୟୋଗିକ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ବ୍ୟବସାୟରେ ଅଂଶଗ୍ରହଣ ଏହାର ଉଦାହରଣ ଅଟେ। ଗତ ୧୧ ଜାନୁୟାରୀ ୨୦୨୧ରେ ଆୟୋଜିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ବେଦାନ୍ତ ଲିମିଟେଡର ଝାରସୁଗୁଡ଼ା (ଓଡ଼ିଶା) ସ୍ମେଲଟର-୧ ଆଲୁମିନିୟମ (ବୃହତ୍) ସେକ୍ଟରରେ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ (ଓଡ଼ିଶା) ଆଲୁମିନିୟମ (କ୍ଷୁଦ୍ର) ସେକ୍ଟରରେ ମଧ୍ୟ ପ୍ରଥମ ପୁରସ୍କାର ଲାଭ କରିଛି। କମ୍ପାନୀର ଉଭୟ ଦୁଇଟି ଯାକ ୟୁନିଟ ପ୍ଲାଣ୍ଟ ମଧ୍ୟରେ ଦକ୍ଷତା ଶକ୍ତି ବୃଦ୍ଧି ପାଇଁ ଗତ ୩ ବର୍ଷ ଧରି ପ୍ରାୟ ୮୦ଟି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପୁରସ୍କାର ସମ୍ପର୍କରେ ସିଇଓ-ଆଲୁମିନିୟମ ଓ ଶକ୍ତି ଏବଂ ଏମ୍ଡି-କମର୍ସିଆଲ, ବେଦାନ୍ତ ଲିମିଟେଡର ଅଜୟ କାପୁର କହିଥିଲେ ଯେ, ”ବେଦାନ୍ତରେ ଆମେ ନିୟମିତ ଭାବରେ ଆମର ଶକ୍ତି ଉପଯୋଗିତାକୁ ବ୍ୟବହାର କରି ତାହାକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଥାଉ ଓ ନିର୍ଦ୍ଦିଷ୍ଟ ଶକ୍ତି ଉପଯୋଗିତାର ଉନ୍ନତି ଆଣିବାକୁ ଉଦ୍ୟମ କରୁଛୁ।