Categories: ବାଣିଜ୍ୟ

ଆଇଏଆଇରେ ବେଦାନ୍ତ ଆଲୁମିନିୟମ ସାମିଲ

ଭୁବନେଶ୍ୱର, ୮।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ରେ ସାମିଲ ହୋଇଛି। ଏପରିକି ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମ ଆଇଏଆଇର ନୂତନ ସଦସ୍ୟତା ଲାଭ କରିଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଆଲୁମିନିୟମ୍‌ ଶିଳ୍ପ ମଧ୍ୟରେ ସ୍ଥିରତାକୁ ଆଗେଇ ନେବା ପାଇଁ ଆମେ ଅନ୍ତର୍ଜାତୀୟ ଆଇଏଆଇରେ ଯୋଗଦାନ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଅନ୍ବେଷଣ କ୍ଷେତ୍ରରେ ଆମର କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ଅତ୍ୟାଧୁନିକ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆମେ ବିଶ୍ୱାସ କରୁ ଏବଂ ଜଣେ ସଦସ୍ୟ ଭାବେ ଆମେ ଆଇଏଆଇ ଓ ଅନ୍ୟାନ୍ୟ ଶିଳ୍ପପତିମାନଙ୍କ ସହ ସହଯୋଗ କରିବା ସହିତ ସମଗ୍ର ଆଲୁମିନିୟମ୍‌ ମୂଲ୍ୟ ଶୃଙ୍ଖଳା ପାଇଁ ଏକ ଅଧିକ ସ୍ଥାୟୀ ଭବିଷ୍ୟତରେ ଯୋଗଦାନ ଏବଂ ସହଯୋଗ କରିବୁ। ଏହି ସହଭାଗିତା ପାଇଁ ଆମେ ବେଶ୍‌ ଉତ୍ସାହିତ ଏବଂ ଏକତ୍ର ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବାକୁ ଅପେକ୍ଷା କରିଛୁ।

ସେହିଭଳି ଆଇଏଆଇର ସାଧାରଣ ସମ୍ପାଦକ (ସେକ୍ରେଟାରି ଜେନେରାଲ୍‌) ମାଇଲ୍ସ ପ୍ରୋସେର କହିଛନ୍ତି, ବେଦାନ୍ତ ଆଇଏଆଇର ମୂଲ୍ୟ ଏବଂ ଲକ୍ଷ୍ୟ ସହିତ ଏକ ନିରାପଦ, ନିରପେକ୍ଷ ଓ ନିରନ୍ତର ବିଶ୍ୱ ଆଲୁମିନିୟମ୍‌ ଶିଳ୍ପ ପାଇଁ ସମାନ ହୋଇଥିବାବେଳେ ଆମେ ସେମାନଙ୍କୁ ଆମର ସଦସ୍ୟତାରେ ସ୍ବାଗତ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଶ୍ୱର ସର୍ବୋଚ୍ଚ ଆଲୁମିନିୟମ୍‌ ଉତ୍ପାଦକ ଭାବେ ବେଦାନ୍ତ ଆଲୁମିନିୟମର ସଦସ୍ୟତା ଆଇଏଆଇ ଏବଂ ଏକ ସ୍ଥାୟୀ ଆଲୁମିନିୟମ୍‌ ଶିଳ୍ପର ବିଶ୍ୱ ସ୍ବରକୁ ସୁଦୃଢ଼ କରିବ। ବିଶେଷକରି ଏହା ଆଲୁମିନିୟମ୍‌ ଶିଳ୍ପର କାର୍ଯ୍ୟକଳାପ ଆଦି ବିଷୟରେ ଏକ ବ୍ୟାପକ ବୁଝାମଣାକୁ ପ୍ରୋତ୍ସାହିତ କରିବା ସହିତ ଏକ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନକୁ ମଧ୍ୟ ଉତ୍ସାହିତ ତଥା ସ୍ଥାୟୀ ପ୍ରୟୋଗରେ ଆଲୁମିନିୟମ୍‌ ବ୍ୟବହାର ଦ୍ୱାରା ହାସଲ ହେବାକୁ ଥିବା ସମ୍ଭାବ୍ୟ ଲାଭକୁ ମଧ୍ୟ ଆଲୋକିତ କରୁଛି।

Share