ବେଦାନ୍ତ ଆଲୁମିନିୟମ ବୈଦ୍ୟୁତିକ ଫର୍କଲିଫ୍ଟର ସର୍ବବୃହତ୍‌ ନିୟୋଜକ

ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ‘ବେଦାନ୍ତ ଆଲୁମିନିୟମ’ର କାର୍ଯ୍ୟ ପରିସରରେ ବୈଦ୍ୟୁତିକ ଫର୍କଲିଫ୍ଟ ବ୍ୟବହାରକୁ ସମ୍ପ୍ରସାରଣ ସହ ୬୬ ୟୁନିଟ୍‌କୁ ବୃଦ୍ଧି କରାଯାଇଛି। ଏପରିକି ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟକୁ କମ୍ପାନୀର ବିଭିନ୍ନ ୟୁନିଟ୍‌ରେ କାର୍ଯ୍ୟକ୍ଷମ କରାଇବା ସହ ଭାରତରେ ଫର୍କଲିଫ୍ଟର ସର୍ବବୃହତ୍‌ ନିୟୋଜକ ଭାବେ ମଧ୍ୟ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ସେହିଭଳି ସଫଳତାର ସହିତ କମ୍ପାନୀ ଅତିରିକ୍ତ ୨୨ଟି ବୈଦ୍ୟୁତିକ ଫର୍କଲିଫ୍ଟକୁ ଓଡ଼ିଶାର ଝାରସୁଗୁଡ଼ାଠାରେ ଥିବା କମ୍ପାନୀର ସ୍ମେଲଟର କାର୍ଯ୍ୟ ପରିସରରେ ନିୟୋଜିତ କରିଛି। ଏହି ସମ୍ପ୍ରସାରଣ ବେଦାନ୍ତ ଆଲୁମିନିୟମର ଡିକାର୍ବୋନାଇଜେଶନ ଯାତ୍ରାକୁ ମଧ୍ୟ ଏହା ବେଶ୍‌ ସୁଦୃଢ଼ କରିଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ବେଦାନ୍ତ ଆଲୁମିନିୟମରେ ସ୍ଥିରତା ବ୍ୟବସାୟ ଜରୁରୀ ହୋଇଥିଲାବେଳେ ଉତ୍କର୍ଷ ବୃଦ୍ଧି ପାଇଁ ଆମେ କ୍ରମାଗତ ଭାବେ ଅଭିନବ ଅଭ୍ୟାସ ଗ୍ରହଣ କରିଥାଉ। ସେହିପରି ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟ୍‌ ସମେତ ଲାଞ୍ଜିଗଡ଼ ୟୁନିଟ୍‌ରେ ମଧ୍ୟ ନୂଆ ଫର୍କଲିଫ୍ଟଗୁଡ଼ିକୁ ନିୟୋଜିତ କରାଯାଇଛି। ଏପରିକି କମ୍ପାନୀର ଛତିଶଗଡସ୍ଥିତ ବାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ମଧ୍ୟ ଏହି ଫର୍କଲିଫ୍ଟଗୁଡ଼ିକ ଶୀଘ୍ର ଏବଂ ନିରାପଦ ଭାବେ ନିୟୋଜିତ କରାଯିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri