Categories: ବାଣିଜ୍ୟ

ବିଶ୍ୱ ବାଣିଜ୍ୟ ମେଳାରେ ଭାଗନେବ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ,୧୦।୧୦: ଚଳିତ ବର୍ଷ ଜର୍ମାନୀର ଡସେଲଡର୍ଫଠାରେ ହେବାକୁ ଥିବା ଆଲୁମିନିୟମ-୨୦୨୪ ବିଶ୍ୱ ବାଣିଜ୍ୟ ମେଳାରେ ବେଦାନ୍ତ ଆଲୁମିନିୟମ ଭାଗ ନେବାକୁ ଯାଉଛି। ଏପରିକି କମ୍ପାନୀ ଏହି ମେଳାରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହ ତା’ର ଆଲୁମିନିୟମ ଉପତ୍ାଦନର ଅଭିନବ ଆଭିମୁଖ୍ୟ ପ୍ରଦର୍ଶନ ସହ ସ୍ଥିରତା ଓ ଅତ୍ୟାଧୁନିକ ଉପତ୍ାଦନକୁ ଗୁରୁତ୍ୱ ଦେବ। ଫଳରେ କମ୍ପାନୀ ତା’ର ବ୍ୟାପକ ଉପତ୍ାଦ ବର୍ଗ ମଧ୍ୟରେ ରେଷ୍ଟୋରା ବ୍ରାଣ୍ଡ୍‌ ଅନ୍ତର୍ଗତ ସ୍ଥାୟୀ ଆଲୁମିନିୟମ ଅଫର ସହିତ ହଲ ନଂ୬, ବୁଥ ନଂ.୬୪ଡି୫ରେ ପ୍ରଦର୍ଶିତ କରିବ।
ଆଲୁମିନିୟମ ଉପତ୍ାଦନର ପ୍ରାୟ ୫୦% ଅଂଶ ବେଦାନ୍ତ ଦ୍ୱାରା ଦେଶର ବିଭିନ୍ନ ପ୍ରକାର ମୂଲ୍ୟଯୁକ୍ତ ଉପତ୍ାଦ ଯଥା ବିଲେଟ, ପ୍ରାଥମିକ ଫାଉଣ୍ଡ୍ରି ଆଲଏଜ, ରୋଲିଂ ଉପତ୍ାଦ, ଓୟାର ରଡ ତିଆରି କରାଯାଇଥାଏ। କମ୍ପାନୀ ତା’ର ୫୦%ରୁ ଅଧିକ ଉପତ୍ାଦକୁ ସାରା ବିଶ୍ୱରେ ରପ୍ତାନି କରିଥାଏ। ୟୁରୋପ ବେଦାନ୍ତର ସ୍ଥିରତା କେନ୍ଦ୍ରିତ ଆଲୁମିନିୟମ ସମାଧାନ ଲାଗି ଏକ ପ୍ରମୁଖ ବଜାର ଅଟେ।
ଏ ସମ୍ପର୍କରେ ବେଦାନ୍ତ ଆଳୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଆଲୁମିନିୟମ ଶିଳ୍ପ ପାଇଁ ଏକ ସାର୍ବଜନୀକସ୍ତର (ଆଲୁମିନିୟମ-୨୦୨୪)ରେ ଆମର ସ୍ଥାୟୀ ଆଲୁମିନିୟମ ଉପତ୍ାଦ ପ୍ରଦର୍ଶନ କରିବାକୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏହା ନିମ୍ନ ଅଙ୍ଗାରକାମ୍ଳ ସାମଗ୍ରୀର ଚାହିଦା ପୂରଣ କରିଥାଏ। ଯାହା ବିଶ୍ୱସ୍ତରୀୟ ଷ୍ଟେକହୋଲଡରଙ୍କ ଦୃଷ୍ଟି ଆକର୍ଷଣ କରିବ।

Share