Categories: ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୬।୭ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ତଥା ଇ-ଲର୍ନିଂ କାର୍ଯ୍ୟକ୍ରମ ‘ବିଦ୍ୟାଗ୍ରହ’ର ୩ୟ ପର୍ଯ୍ୟାୟ ବା ଫେଜ୍‌-୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ଇ-ଲର୍ନିଂ ପଦକ୍ଷେପ ‘ବିଦ୍ୟାଗ୍ରହ’କୁ ନିକଟରେ ଅନେକ ସଫଳତା ମିଳିଛି। ଅପରପକ୍ଷରେ ଏହି ଅଭିଯାନର ୨ୟ ପୂର୍ତ୍ତି ଉତ୍ସବ ସହ ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସହାୟତା ଯୋଗାଇଦେଇଛି। ୨୦୨୩-୨୪ ବୋର୍ଡ ପରୀକ୍ଷାରେ ଝାରସୁଗୁଡ଼ାର ୧୦୦% ଉତ୍ତୀର୍ଣ୍ଣ ହାର ପାଇଥିବା ବିଦ୍ୟାଳୟଗୁଡ଼ିକର ୧୭ଜଣ ପ୍ରଧାନ ଶିକ୍ଷକଙ୍କୁ କମ୍ପାନୀ ସମ୍ମାନିତ କରିବା ସହ ଉତ୍ସାହିତ ମଧ୍ୟ କରିଥିଲା। ଝାରସୁଗୁଡ଼ା ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ନାୟକ, ଶିକ୍ଷାଧିକାରୀ ରାଧାକାନ୍ତ ଗର୍ତିଆ ଓ ସହକାରୀ ଜିଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଘୁଟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ୨୦୨୨ ରେ ବିଦ୍ୟାଗ୍ରହ ପଦକ୍ଷେପର ଶୁଭାରମ୍ଭ କରାଯାଇଥିଲା। ଏପରିକି ଏହାର ଶୁଭାରମ୍ଭ ପରଠାରୁ ଝାରସୁଗୁଡ଼ାର ଦୁର୍ଗମ ଅଞ୍ଚଳରେ ରହୁଥିବା ୧୦୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଆବଶ୍ୟକ ସହାୟତା ଏହି ଅଭିଯାନ ଜରିଆରେ କରାଯାଇଛି।

Share