Categories: ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ନୂତନ ପ୍ରୟାସ

ଭୁବନେଶ୍ୱର,୧୮।୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳିତ ହୋଇଯାଇଛି। ଏପରିକି ବୁଧବାର କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ନୂତନ ପ୍ରୟାସ ‘ଡିଜିଟାଲ ଅଭିନବତା ପ୍ରଦର୍ଶନ’ର ଆୟୋଜନ କରାଯାଇଥିଲା। ଅପରପକ୍ଷରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ଓ ମେକ୍‌ ଇନ୍‌ ଇଣ୍ଡିଆ ନୀତି ସହ ଏହି ପ୍ରୟାସ କମ୍ପାନୀର ଉଦ୍ୟମ ବେଦାନ୍ତ ସ୍ପାର୍କ, ଏକ ଅନନ୍ୟ ବିଶ୍ୱ କର୍ପୋରେଟ ଇନାଭେସନ ଦିଗ ଯାହା ଷ୍ଟାର୍ଟଅପ୍‌ଗୁଡିକୁ ବଡ଼ ଧରଣର ପ୍ରଭାବ ସୃଷ୍ଟି କରିବାରେ ସହାୟତା କରିଥାଏ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଳାଭେନ କହିଛନ୍ତି, ଭାରତର ଅର୍ଥନୀତି ଓ ବିଶ୍ୱ ଆଭିମୁଖ୍ୟରେ ବୃଦ୍ଧି ତା’ର ଗତିଶୀଳତା ଓ ନିରନ୍ତର ଉଦ୍ୟୋଗୀ ଉତ୍ସାହ ଦ୍ୱାରା ଜାଗ୍ରତ ହୋଇଛି। ବେଦାନ୍ତ ଆଲୁମିନିୟମ ଉକ୍ତ ଷ୍ଟାର୍ଟଅପ୍‌ଗୁଡ଼ିକରୁ ବିକିରଣ କରୁଥିବା ନିରନ୍ତର ଡ୍ରାଇଭକୁ ସମ୍ପନ୍ନ କରିଥାଏ, ଯାହା ବିଶ୍ୱର ଉତ୍କର୍ଷ ପାଇଁ ଏହି ପ୍ରୟାସ ଆଗକୁ ନେଇଥାଏ। ତେଣୁ ଆମେ ନିଜର ଉପତ୍ାଦନ ଓ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସଦୁପଯୋଗ କରୁଛୁ। ଉଲ୍ଲେଖଯୋଗ୍ୟ, ଭାରତର ସର୍ବବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମର ୯୦ଟି ବିଭିନ୍ନ ପ୍ରକଳ୍ପରେ ପ୍ରାୟ ୬୦ଟି ଅତ୍ୟାଧୁନିକ ପ୍ରଯୁକ୍ତି ଷ୍ଟାର୍ଟ ଅପ ସହିତ ସହଭାଗିତାକୁ ମଧ୍ୟ ପାଳନ କରୁଛି। ଏପରିକି କମ୍ପାନୀ ୪.୦ ପ୍ରଯୁକ୍ତି ଉପଯୋଗ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ମେଶିନ ଲର୍ନିଂ, ଟେକ୍ନୋଲୋଜି, କମ୍ପ୍ୟୁଟର ଭିଜନ ପ୍ରଭୃତି ଆଦିକୁ ୟୁନିଟଗୁଡିକରେ ଉପଯୋଗ କରୁଛି। ବିଶେଷକରି କମ୍ପାନୀ ସେମାନଙ୍କ ସହଯୋଗର ସଫଳତାକୁ ପ୍ରଦର୍ଶନ କରିବା ଓ କମ୍ପାନୀର ଜଟିଳ କାର୍ଯ୍ୟରେ ଉଦୀୟମାନ ପ୍ରଯୁକ୍ତିର ପ୍ରଭାବକୁ ପ୍ରଦର୍ଶନ କରିବା ଲାଗି ଏକ ଜ୍ଞାନ ବଣ୍ଟନ ଅଧିବେଶନ କାର୍ଯ୍ୟକ୍ରମ ଜରିଆରେ ବହୁ ଅଗ୍ରଣୀ ଷ୍ଟାର୍ଟଅପ୍‌କୁ ନିମନ୍ତ୍ରଣ କରିଥିଲା।

Share