Categories: ବାଣିଜ୍ୟ

ବେଦାନ୍ତର ପୁସ୍ତକ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧୧।୪: ଭାରତର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଶିଶୁପୁସ୍ତକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ ଝାରସୁଗୁଡ଼ା ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷ କରି କମ୍ପାନୀର କାର୍ଯ୍ୟକ୍ଷେତ୍ର ଅଞ୍ଚଳର ପିଲାମାନଙ୍କ ପାଇଁ ପୁସ୍ତକ ଦାନ କରିବା ଲାଗି କର୍ମଚାରୀଙ୍କ ଦ୍ୱାରା ଏକ ପୁସ୍ତକ ସଂଗ୍ରହ ଡ୍ରାଇଭ୍‌ର ଆୟୋଜନ କରାଯାଇଥିଲା। ଅପରପକ୍ଷରେ କମ୍ପାନୀର କର୍ମଚାରୀମାନେ ଝାରସୁଗୁଡ଼ାର ଜିଲା ଲାଇବ୍ରେରିକୁ ୬୦୦ରୁ ଅଧିକ ପୁସ୍ତକ ଏବଂ ବେଦାନ୍ତ ଦ୍ୱାରା ପରିଚାଳିତ ଆଧୁନିକ ଅଙ୍ଗନୱାଡି, ବଡମାଲ, ଭୁର୍ଖାମୁଣ୍ଡା, ହରିଜନପଡା ଏବଂ ଭାଗିପାଲି ଗ୍ରାମ ଦ୍ୱାରା ସମର୍ଥତ୍ତ ନନ୍ଦଘରଗୁଡିକରେ ସ୍ଥାପିତ ମିନି ଲାଇବ୍ରେରିକୁ ମଧ୍ୟ ଦାନ କରିବାକୁ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ (ଝାରସୁଗୁଡା ୟୁନିଟ)ର ସିଇଓ ସୁନୀଲ ନାୟକ କହିଛନ୍ତି, ଆମେ ଦୃଢ ଭାବେ ଶିକ୍ଷାର ବିକାଶ ଓ ଉନ୍ନତିକୁ ବିଶ୍ୱାସ କରିଥାଉ। କାରଣ ଶିକ୍ଷା ଦ୍ୱାରା ଉଭୟ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିର ପରିବର୍ତ୍ତନ ହୋଇପାରିବ। ବିଶେଷ କରି ଆମର କର୍ମଚାରୀମାନେ ସ୍ଥାନୀୟ ପିଲାମାନଙ୍କର ଶିକ୍ଷା ପାଇଁ ପୁସ୍ତକ ଦାନ ଡ୍ରାଇଭ୍‌ର ଏକ ଅଂଶ ହୋଇଥିବାରୁ ଆମେ ବେଶ୍‌ ଆନନ୍ଦିତ। ସେହିଭଳି ଆମର ଦୃଢ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମଗୁଡିକ ମଧ୍ୟ ସ୍ଥାନୀୟ ଅଞ୍ଚଳର ଅଭିବୃଦ୍ଧି ଏବଂ ପ୍ରଗତିର ସାରଥି ହୋଇପାରିବ। ଏପରିକି ଏଭଳି ଏକ କାର୍ଯ୍ୟକ୍ରମ ଶିକ୍ଷାର ମୂଳଦୁଆକୁ ଦୃଢ କରିବା ସହ ଆଗ୍ରହୀ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ଶିକ୍ଷାରେ ବ୍ୟାପକ ସହାୟକ ହେବ। ସେହିଭଳି ନନ୍ଦ ଘରର ଶିକ୍ଷକ ଦେଶବନ୍ଧୁ ଭାରତ ସିଂ କହିଛନ୍ତି, ବେଦାନ୍ତ କର୍ମଚାରୀଙ୍କ ଦ୍ୱାରା ସ୍ନେହପୂର୍ଣ୍ଣ ଭାବେ ଦାନ କରାଯାଇଥିବା ଏହି ପୁସ୍ତକଗୁଡ଼ିକ ନିଶ୍ଚିତ ଭାବେ ପିଲାମାନଙ୍କ ମଧ୍ୟରେ ପଢିବାର ଇଚ୍ଛା ସୃଷ୍ଟି କରିବା ସହିତ ସେମାନଙ୍କର ଜ୍ଞାନ ବୃଦ୍ଧି କରାଇବ।

Share