Advertisement
Categories: ବାଣିଜ୍ୟ

ବେଦାନ୍ତକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର

ଭୁବନେଶ୍ୱର,୧୪।୧: ଭାରତର ପ୍ରମୁଖ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମକୁ ‘ମୋଷ୍ଟ ଇନୋଭେଟିଭ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ପ୍ରଦାନ କରାଯାଇଛି। ସିଆଇଆଇର ସେଣ୍ଟର ଫର୍‌ ଡିଜିଟାଲ ଟ୍ରାନ୍ସଫରମେଶନ ସମ୍ମିଟ ଆଣ୍ଡ ଆଓ୍ବାର୍ଡ-୨୦୨୦ କାର୍ଯ୍ୟକ୍ରମରେ ଡିଜିଟାଲୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୃଥିବୀର ତୃତୀୟ ତଥା ଭାରତର ପ୍ରଥମ ଥର ଡିଜିଟାଲ ସ୍ମେଲଟର ଜ୍ଞାନକୌଶଳ ବେଦାନ୍ତର ଝାରସୁଗୁଡ଼ା(ଓଡିଶା) ପ୍ଲାଣ୍ଟରେ ସ୍ଥାପନ କରାଯାଇଛି। ଆତ୍ମନିର୍ଭର ଭାରତ ଗଠନ ଅନ୍ତର୍ଗତ ହୋଇଥିବା ଏହି ଡିଜିଟାଲ ଟ୍ରାନ୍ସଫର୍ମେଶନ ସମ୍ମିଟରେ ୩୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଅଂଶ ଗ୍ରହଣ କରିଥିଲେ। ବେଦାନ୍ତ ଆଲୁମିନିୟମର ଡିଜିଟାଲ ସ୍ମେଲଟର ପ୍ରକଳ୍ପର କାର୍ଯ୍ୟଶୈଳୀ ସମ୍ପର୍କରେ ଏଠାରେ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବେଦାନ୍ତ ଲିମିଟେଡ୍‌ର ଆଲୁମିନିୟମ ଏବଂ ପାଓ୍ବାର ବିଜ୍‌ନେସ୍‌ର ସିଇଓ ଅଜୟ କପୁର କହିଥିଲେ, ଆମେ ଶ୍ରେଷ୍ଠ ଡିଜିଟାଲ ସମାଧାନ ସହାୟତାରେ କାର୍ଯ୍ୟକାରୀ ଦକ୍ଷତା ଏବଂ ଅପ୍ଟିମାଇଜିଂ ମୂଲ୍ୟ ଏବଂ କଞ୍ଚାମାଲର ଉପଯୋଗ କମାଇବା ସମ୍ଭବ ହୋଇପାରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share