Categories: ବାଣିଜ୍ୟ

ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁକ୍ରବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପାଳନ ସହ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ବେଦାନ୍ତ ତା’ର ପ୍ରତିଶ୍ରୁତିକୁ ଦୋହରାଇଛି। ବିଶେଷକରି କମ୍ପାନୀ ତା’ର ଦୁଇ ସ୍ତରୀୟ ଆଭିମୁଖ୍ୟକୁ ପ୍ରତିପାଦିତ କରିବା ଲାଗି ବିଶ୍ୱସ୍ତରୀୟ କାର୍ଯ୍ୟରେ ସମୃଦ୍ଧ ନିଯୁକ୍ତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଶିକ୍ଷା, ଦକ୍ଷତା, ବିକାଶ, ତୃଣମୂଳ କ୍ରୀଡ଼ା ଓ ପାରମ୍ପରିକ କଳା କ୍ଷେତ୍ରରେ ଯୁବକମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ମାଧ୍ୟମରେ ସଶକ୍ତ କରୁଛି। ଏହାଦ୍ୱାରା ସେମାନେ ନିଜର ଜୀବିକା ନିର୍ବାହ କରିବା ସହ ନୂଆ ଲକ୍ଷ୍ୟ ସ୍ଥାପନ କରିଛନ୍ତି ଓ ଗୋଷ୍ଠୀ ତଥା ଦେଶରେ ସାମାଜିକ ଅର୍ଥନୈତିକ ବିକାଶ ହୋଇପାରିଛି।
ସେହିଭଳି ବେଦାନ୍ତ ଆଲୁମିନିୟମ କାର୍ଯ୍ୟ ପରିସର ଛତିଶଗଡ଼ର ବାଲ୍‌କୋ, ଝାରସୁଗୁଡ଼ାର ସର୍ବବୃହତ୍‌ ଆଲୁମିନିୟମ ସ୍ମେଲଟର ଓ ଲାଞ୍ଜିଗଡ଼ର ବିଶ୍ୱସ୍ତରୀୟ ଆଲୁମିନିୟମ ରିଫାଇନେରି ଅନ୍ତର୍ଭୁକ୍ତ ରହିଛି। ଉପରୋକ୍ତ କାର୍ଯ୍ୟ ପରିସରରେ ବେଦାନ୍ତର ୫୫% ରୁ ଅଧିକ କର୍ମଚାରୀ ବିଂଶ ଶତାବ୍ଦୀରେ ଶ୍ରେଷ୍ଠ ପ୍ରତିଭାଙ୍କୁ ନେଇ ଗଠିତ ହୋଇଛି। ଉକ୍ତ ସ୍ଥାନଗୁଡିକରେ ଉଚ୍ଚପ୍ରତିଭାଧାରୀଙ୍କ ସହ ଅଗ୍ରଣୀ ପ୍ରଯୁକ୍ତି ବିଦ୍ୟା ଉପରେ କମ୍ପାନୀ କାର୍ଯ୍ୟ କରି ବିଶ୍ୱର ୬୦ରୁ ଅଧିକ ଦେଶକୁ ସାମଗ୍ରୀ ଯୋଗାଉଛି।
ସେହିପରି କମ୍ପାନୀ କର୍ମଚାରୀଙ୍କ ହାରାହାରି ବୟସକୁ ଦୃଷ୍ଟିରେ ରଖି ବେଦାନ୍ତ ବର୍ତମାନ ଯୁବାବସ୍ଥାରେ ଥିବାବେଳେ ଯୁବକର୍ମଚାରୀଙ୍କର ହାରାହାରି ବୟସ ୨୬ରୁ ୨୮ ବର୍ଷ ମଧ୍ୟରେ ରହିଛି। ବେଦାନ୍ତ ଆଲୁମିନିୟମ କାର୍ଯ୍ୟର ଆକାର ଓ ମାପ ପ୍ରଦାନ କରି ଯୁବକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଛି। ଏପରିକି ଉପଯୁକ୍ତ ତାଲିମ ପ୍ରଦାନ ଓ ଆଗକୁ ବଢିବା ଲାଗି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସହ ମିଳିତ ହୋଇଛି।
ଗୋଷ୍ଠୀର ବିକାଶ ଲାଗି କମ୍ପାନୀ ତା’ର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ ନିର୍ଭରକରି ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରାୟ ୧୫,୦୦୦ ଯୁବକଙ୍କୁ ସଫଳତାର ସହ ତାଲିମ ଦେଇଛି। ବିଭିନ୍ନ ଧନ୍ଦାମୂଳକ ଦକ୍ଷତା, ଉଦ୍ୟୋଗିତା, ଜଳବାୟୁ ପ୍ରତିରୋଧୀ କୃଷି, ପାରମ୍ପରିକ କଳା ଓ ହସ୍ତଶିଳ୍ପର ବିକାଶ ଜରିଆରେ ଯୁବକମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂରକରିବାରେ ସାହାଯ୍ୟ କରୁଛି। ପ୍ରକଳ୍ପ ପଞ୍ଚତ୍ି ଜରିଆରେ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି। ଏଥିପାଇଁ କମ୍ପାନୀ ସେମାନଙ୍କ ଲାଗି ଉପଯୁକ୍ତ ତାଲିମ ବ୍ୟବସ୍ଥା ମଧ୍ୟ କରୁଛି।

Share