ବେଦାନ୍ତ ଲାଞ୍ଜିଗଡ଼ ଜୋନାଲ ସ୍ପୋଟର୍‌ସ ମିଟ୍‌

ଭୁବନେଶ୍ୱର, ୧୨ା୧୧ (ବିଜୟ ରଣା): ବେଦାନ୍ତ ଆଲୁମିନିୟମ ଲିମିଟେଡ୍‌ ଲାଞ୍ଜିଗଡ଼ ଆନୁକୂଲ୍ୟରେ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଜୋନାଲ ସ୍ପୋଟର୍‌ସ ମିଟ୍‌ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ଟି ଜିଲାର ୧୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବେଦାନ୍ତ ଆଲୁମିନା ବିଜ୍‌ନେସ୍‌ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହାର ଉଦ୍‌ଘାଟନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଉଭୟ ୧୯ ବର୍ଷରୁ କମ୍‌ ଓ ୧୪ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଜିତିଥିବା ବେଳେ ଡିଏଭି ଟିଟିଲାଗଡ଼ ୧୭ ବର୍ଷରୁ କମ୍‌ ବର୍ଗରେ ଚାମ୍ପିୟନ ହୋଇଥିଲା। କମ୍ପାନୀ ନିକଟରେ ହକିଇଣ୍ଡିଆ ଲିଗ୍‌ ଦଳ କଳିଙ୍ଗ ଲାନସର୍ସ ସହିତ କେବଳ ଚୁକ୍ତି କରିଛି ତା’ ନୁହେଁ ନିୟମିତ ଭାବେ ସ୍ଥାନୀୟ କ୍ରୀଡ଼ା ଇଭେଣ୍ଟ, ଟୁର୍ନାମେଣ୍ଟ ଓ ଛାତ୍ର ପ୍ରଶିକ୍ଷଣର ଆୟୋଜନ କରିଆସୁଛି। ତୃଣମୂଳ କ୍ରୀଡ଼ାର ବିକାଶ ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। କମ୍ପାନୀ ତରଫରୁ ୧୦୦ରୁ ଊର୍ଦ୍ଧ୍ୱ ତୀରନ୍ଦାଜୀଙ୍କୁ ତାଲିମର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

ପ୍ରଥମ ବଲ୍‌ରେ ଇତିହାସ ରଚିଲେ ଶାମି, ପରେ କରିଦେଲେ ବଡ଼ ଭୁଲ; ଦେଖିବାକୁ ମିଳିଲା..  

ନୂଆଦିଲ୍ଲୀ,୨୫।୪: IPL ୨୦୨୫ର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ଶାମି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ବଲ୍‌ରେ ଇତିହାସ ରଚିଛନ୍ତି।...

ଚମକାଇଲା ନୂଆ ତଥ୍ୟ, ଯୁଦ୍ଧ କଲେ ପାକିସ୍ତାନର ହାରିବା ଥୟ

ନୂଆଦିଲ୍ଲୀ,୨୫।୪:ପହଲଗାମ ଆତଙ୍କବାଦୀ ଆକ୍ରମଣ, ଇଣ୍ଡସ ଜଳ ଚୁକ୍ତିର ସ୍ଥଗିତ ରଖାଯିବା ଏବଂ ଭାରତ ସହ ବୃଦ୍ଧି ପାଉଥିବା ଉତ୍ତେଜନା ସହ ଆଇଏମଏଫ (IMF) ଦ୍ୱାରା ପାକିସ୍ତାନର...

କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ୍: ଡାକ୍ତରଖାନାରେ ଅନଶନ ଜାରି

ବରଗଡ଼, ୨୫।୪(ପ୍ରେମାନନ୍ଦ ଖମାରୀ) – ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ସମେତ ବିଭିନ୍ନ ଦାବି ନେଇ ବରଗଡ଼ ସହର ଉପକଣ୍ଠ ବୀରଛକରେ ଅନଶନରେ ବସିଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image