ବେଦାନ୍ତରେ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଫର୍କଲିଫ୍ଟର ଶୁଭାରମ୍ଭ

ଭୁବନେଶ୍ୱର,୭।୭(ଅଭୟ ଦାଶ):ଦେଶର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଲିଥିୟମ୍‌-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ (ଝାରସୁଗୁଡ଼ା) ମେଗା ଆଲୁମିନିୟମ୍‌ ସ୍ମେଲଟର ପ୍ଲାଣ୍ଟ ଝାରସୁଗୁଡାରେ ନିୟୋଜିତ ହୋଇଛି। ସେହିଭଳି କମ୍ପାନୀର ବିଭିନ୍ନ ୟୁନିଟରେ ବର୍ତ୍ତମାନ ଭାରତର ସର୍ବବୃହତ ବୈଦ୍ୟୁତିକ ଲିଥିୟମ-ଆୟନ ଫର୍କଲିଫ୍ଟର ବ୍ୟବହାର ସହ ମୋଟ ୪୪ଟି ୟୁନିଟ୍‌ ଓଡ଼ିଶା ଏବଂ ଛତିଶଗଡ କାର୍ଯ୍ୟ ପରିସରରେ ନିୟୋଜିତ ହୋଇଛି। ବିଶେଷ କରି କମ୍ପାନୀ ନିକଟରେ ଭାରତର ପ୍ରଥମ ୧୦ ଟନ୍‌ ଇଲେକ୍ଟ୍ରିକ୍‌ ଲିଥିୟମ୍‌-ଆୟନ ଫର୍କଲିଫ୍ଟକୁ ଝାରସୁଗୁଡା ମେଗା ଆଲୁମିନିୟମ୍‌ ସ୍ମେଲଟରରେ ମଧ୍ୟ ନିୟୋଜିତ କରିଛି। ଏଥିସହିତ ଏହା ପ୍ରଥମ ଥର ପାଇଁ ଓଡ଼ିଶାର ଲାଞ୍ଜିଗଡଠାରେ ଥିବା ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀରେ ଏବଂ ଛତିଶଗଡର କୋରବାଠାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍‌ ଉତ୍ପାଦକ ୩-ଟନ୍‌ ଏବଂ ୫ ଟନ୍‌ ଇଲେକ୍ଟ୍ରିକ୍‌ ଫର୍କଲିଫ୍ଟର ମଧ୍ୟ ବ୍ୟବହାର କରାଯାଇଛି। ଅପରପକ୍ଷରେ ଗିୟର (ଜେମିନି ଇକ୍ୟୁପମେଣ୍ଟ ଆଣ୍ଡ ରେଣ୍ଟାଲସ ପ୍ରା.ଲିଃ) ଇଣ୍ଡିଆ ଏବଂ ଟାରନ୍‌ ଲିଫ୍ଟ ଆଣ୍ଡ ମୁଭ୍‌ ସହଯୋଗରେ ଉପରୋକ୍ତ କାର୍ଯ୍ୟ ସମ୍ପ୍ରସାରଣ କରାଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଆମେ ଆମର ସ୍ଥିରତା ପ୍ରଦର୍ଶନକୁ ବଢାଇବା ପାଇଁ ଏଭଳି ଏକ ଅଭିନବ ଅଭ୍ୟାସ ଓ ଅନୁସନ୍ଧାନର ପ୍ରୟୋଗ ଜାରି ରଖିଛୁ। ବିଶେଷ କରି ଆଲୁମିନିୟମର ସର୍ବୋତ୍ତମ ଗୁଣ ମଧ୍ୟ ଆମେ ଉତ୍ପାଦନ କରୁଛୁ। ଏପରିକି ଇଏସଜି ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଉତ୍ସର୍ଗୀକୃତ ରହିଛି, ଯାହା ଆମର ସମସ୍ତ ବ୍ୟବସାୟ ପ୍ରୟାସର ମୂଳଦୁଆ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଅଗ୍ରଣୀ ବୈଷୟିକ ପ୍ରଦାନକାରୀଙ୍କ ସହିତ ଆମର ସହଭାଗିତା କମ୍ପାନୀକୁ ଶିଳ୍ପରେ ସ୍ଥାୟୀ ସାମଗ୍ରୀ ପରିଚାଳନା ଅଭ୍ୟାସକୁ ଅଗ୍ରଗତି କରିବାକୁ ସକ୍ଷମ କରିଛି। ଭାରତର ପ୍ରଥମ ୧୦ଟନ୍‌ ଇଲେକ୍ଟ୍ରିକ୍‌ ଲିଥିୟମ୍‌-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ ସହ ଏକ ନେଟ୍‌ ଜିରୋ ଭବିଷ୍ୟତର ପରିବର୍ତ୍ତନକୁ ତ୍ୱରାନ୍ବିତ କରିବା ପାଇଁ ଆମର ପ୍ରତିବଦ୍ଧତାର ଏହା ଏକ ବଳିଷ୍ଠ ପ୍ରମାଣ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିପରି ଗିଅର ଇଣ୍ଡିଆର କାର୍ଯ୍ୟନିର୍ବାହୀ ସଭାପତି ବରୁଣ ଚୋପ୍ରା କହିଛନ୍ତି, ଆମର ସ୍ଥିରତା ଯାତ୍ରାରେ ବେଦାନ୍ତ ଆଲୁମିନିୟମ ସହ ଭାଗୀଦାରି ହୋଇ ଆମେ ବେଶ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri