Categories: ବାଣିଜ୍ୟ

ବେଦାନ୍ତର ନ୍ୟୁ ମ୍ୟାଟେରିଆଲ ରିକଭରି ଫାସିଲିଟି

ଭୁବନେଶ୍ୱର,୨୫।୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଏବଂ ଛତିଶଗଡ଼ଠାରେ ପରିଚାଳିତ ସମସ୍ତ ୟୁନିଟରେ ପୃଥିବୀ ଦିବସ-୨୦୨୩ ପାଳନ କରାଯାଇଥିଲା। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ ଝାରସୁଗୁଡାଠାରେ ଥିବା ବିଶ୍ୱର ଏକ ବୃହତ୍‌ ଏକକ ଆଲୁମିନିୟମ୍‌ ସ୍ମେଲଟର ୟୁନିଟ କାର୍ଯ୍ୟକ୍ଷେତ୍ରରେ ଏକ ନୂତନ ସାମଗ୍ରୀ ପୁନରୁଦ୍ଧାର ସୁବିଧାର ଶୁଭାରମ୍ଭ କରାଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନିୟମ ବିଜ୍‌ନେସ) ରାହୁଲ ଶର୍ମା କହିଛନ୍ତି, ଆମେ ସ୍ଥାୟୀ ଭବିଷ୍ୟତ ଦିଗରେ ଆବଶ୍ୟକ କାର୍ଯ୍ୟ କରିଥାଉ। ଯେଉଁଠି ବ୍ୟବସାୟ ଅଭିବୃଦ୍ଧି ସହ ପରିବେଶର ଉପଯୁକ୍ତ ସମନ୍ବୟ ମଧ୍ୟ ରହିପାରିବ। ସେହିଭଳି ପରିବେଶ ଉପରୁ ଚାପ କମାଇବା ସହ ଏକ ସବୁଜ ପରିବେଶ ମଧ୍ୟ ସୃଷ୍ଟି କରାଯାଇପାରିବ। ଏଥିପାଇଁ ଆମ ସମସ୍ତଙ୍କର ମିଳିତ ପ୍ରୟାସ ରହିବା ଉଚିତ ବୋଲି ସେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କମ୍ପାନୀ ଅନେକ ସ୍ବେଚ୍ଛାସେବୀ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହ ମିଳିତ ଭାବେ ସଚେତନତା ପଦକ୍ଷେପର ଆୟୋଜନ କରିଥାଏ। ବିଶେଷ କରି ଓଡିଶାର ଝାରସୁଗୁଡା ଜିଲାରେ ବେଦାନ୍ତର କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ରାଜ୍ୟ ଜଙ୍ଗଲ ବିଭାଗର ଅଧିକାରୀଙ୍କ ସହ ମିଶି ସିଙ୍ଗହାବାଗାଠାରେ ବିଭିନ୍ନ କାର୍ଯ୍ୟ କରୁଥିବାବେଳେ କମ୍ପାନୀର ଲାଞ୍ଜିଗଡ ୟୁନିଟ (ବେଦାନ୍ତ ଆଲୁମିନା ରିଫାଇନାରି)ର କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କ ଜରିଆରେ ପରିବେଶ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ଆବଶ୍ୟକ କାର୍ଯ୍ୟ କରୁଛନ୍ତି।

Share