Categories: ରାଜ୍ୟ

ବେଦାନ୍ତ ନେଲା ରାଧିକାପୁର

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଦେଶର ୧୯ କୋଇଲା ବ୍ଲକ ପାଇଁ ସୋମବାରଠାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଲାମର ପ୍ରଥମ ଦିନରେ ବେଦାନ୍ତ ଅନୁଗୋଳ ଜିଲାର ରାଧିକାପୁର ଓ୍ବେଷ୍ଟ କୋଲ୍‌ ବ୍ଲକକୁ ସର୍ବାଧିକ ୨୧ ପ୍ରତିଶତ ପ୍ରିମିୟମରେ ନିଲାମ ନେଇଛି। ଏହି କୋଇଲାଖଣିରେ ପ୍ରାୟ ୩୧୨ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି। ଏହି ନିଲାମରେ ଇଏମ୍‌ଆଇଏଲ୍‌ ମାଇନ୍ସ ଏବଂ ମିନେରାଲ ରିସୋର୍ସ ଲିମିଟେଡ ଏବଂ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଭାଗ ନେଇଥିଲେ। ସେହିପରି ୟାଜ୍‌ଦାନୀ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ମହାରାଷ୍ଟ୍ର ମାରକା ମଙ୍ଗଲା-୨ କୋଇଲା ଖଣିକୁ ୩୦.୭୫ ପ୍ରତିଶତ ପ୍ରିମିୟମ୍‌ରେ ନିଲାମ ନେଇଛି। ଉକ୍ତ କମ୍ପାନୀ ରାଜ୍ୟ ବାହାରୁ କୋଇଲା ବ୍ଲକ ପାଇବାରେ ସକ୍ଷମ ହୋଇଛି। ଏହି ଖଣି ପାଇବା ପାଇଁ ଆନ୍ଧ୍ରପ୍ରଦେଶ ମିନେରାଲ ଡେଭ୍‌ଲପମେଣ୍ଟ କର୍ପୋରେଶନ ଲିମିଟେଡ ଆଣ୍ଡ ରେଫେକ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଉକ୍ତ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ। ତେବେ ୟାଜ୍‌ଦାନୀ ଉକ୍ତ ଖଣି ହାତେଇବାରେ ସଫଳ ହୋଇଛି। ଏହି ୧୧.୫୪ ନିୟୁତ କୋଲ୍‌ ବ୍ଲକ ୩.୪ ବର୍ଗ କିଲୋମିଟର ବ୍ୟାପୀ ଅଞ୍ଚଳରେ ରହିଛି। ଏହି ନିଲାମ ପ୍ରକ୍ରିୟା ୮ ଦିନ ଧରି ଚାଲିବ।

Share