Categories: ବାଣିଜ୍ୟ

ପିପିଟି ଜରିଆରେ ଊର୍ଜା ସଂରକ୍ଷଣ କରିବ ବେଦାନ୍ତ

ଭୁବନେଶ୍ୱର,୧୫।୧୨:ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଆଲୁମିନିୟମ ସ୍ମେଲଟରର ପଟ୍‌ର ଡିଜାଇନରେ ଏକ ନୂତନ ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପେଟଟେଡ ପଟିଲିଂ ଟେକ୍ନୋଲୋଜି (ପିପିଟି) ଜରିଆରେ କମ୍ପାନୀ ଊର୍ଜା ବିକାଶର ସଂରକ୍ଷଣ କରିବ ବୋଲି କୁହାଯାଇଛି। ଏପରିକି ସ୍ମେଲଟର ମଧ୍ୟରେ ଯେଉଁଠି ପଟ୍‌ ବା ବୃହତ୍‌ ବୈଦ୍ୟୁତକ କୋଷ ଗୁଡ଼ିକ ରହିଥାଏ, ସେଥିରେ ତରଳାଇବା ପ୍ରକ୍ରିୟା କରାଯାଇଥାଏ। ବେଦାନ୍ତ ଲାଇନ ଡିଜାଇନ ହେଉଛି, ଏକ ପେଟେଟେଡ ଶକ୍ତି ଦକ୍ଷ କୌଶଳ, ଯାହା ବୈଦ୍ୟୁତିକ ଶକ୍ତି ଦକ୍ଷତା ଓ ତରଳାଇବା ପାଇଁ ପଟକୁ ସୁବିଧା ପ୍ରଦାନ କରିଥାଏ ଓ ଉପତ୍ାଦିତ ଟନ୍‌ ପ୍ରତି ଘଣ୍ଟାରେ ୨୦୦ ରୁ ୨୫୦ କେଡବ୍ଲ୍ୟୁଏଚ୍‌ ଶକ୍ତି ଖର୍ଚ୍ଚ ହ୍ରାସ କରିଥାଏ। ବେଦାନ୍ତ ଆଲୁମିନିୟମ ତା’ର ୨ୟ ବାର୍ଷିକ ଜଳବାୟୁ ଆକ୍ସନ ରିପୋର୍ଟକୁ ମଧ୍ୟ ଦାଖଲ କରିଛି, ଯେଉଁଥିରେ କମ୍ପାନୀଗୁଡ଼ିକୁ ଜଳବାୟୁ ସମ୍ବନ୍ଧିତ ଆର୍ଥିକ ବିପଦ ଓ ସେମାନଙ୍କ ହିତାଧିକାରୀଙ୍କ ପାଇଁ ସୁଯୋଗ ପ୍ରକାଶ କରିବାରେ ସାହାଯ୍ୟ କରିବାକୁ ଏକ ନିର୍ଦ୍ଦେଶାବଳୀ ରହିଛି। ଉକ୍ତ ବିସ୍ତୃତ ରିପୋର୍ଟରେ ମଧ୍ୟ ସ୍ବଳ୍ପ, ମଧ୍ୟମ ଓ ଦୀର୍ଘ ଅବଧିରେ ଏହାର ସ୍ଥିରତା ଲକ୍ଷ୍ୟ ହାସଲ କରିବା ଲାଗି ବେଦାନ୍ତ ଆଲୁମିନିୟମ ଦ୍ୱାରା ନିଆଯାଇଥିବା ଅଭିମୁଖ୍ୟ ଦର୍ଶାଯାଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ଜଳବାୟୁ କାର୍ଯ୍ୟକ୍ରମ କମ୍ପାନୀ ପାଇଁ ଏକ ପ୍ରମୁଖ ରଣନୀତିକ ସ୍ତମ୍ଭ ଓ ବ୍ୟବସାୟ ପାଲଟିଛି। ବିଶେଷକରି ଏହା ଆମର କାର୍ବନ ଫୁଟ୍‌ପ୍ରିଣ୍ଟକୁ କମାଇବାରେ ସହାୟତା କରିବ।

Share