ବେଦାନ୍ତର ବାର୍ଷିକ ଗ୍ରୀନ୍‌ ହାର୍ଟସ ଅଭିଯାନ

ଭୁବନେଶ୍ୱର,୧୧।୬: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ବିଶ୍ୱ ପରିବେଶ ସପ୍ତାହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବାର୍ଷିକ ଗ୍ରୀନ୍‌ ହାର୍ଟସ ଅଭିଯାନର ଆୟୋଜନ କରାଯାଇଥିଲା। ସେହିଭଳି କମ୍ପାନୀର ଝାରସୁଗୁଡ଼ା ମେଗା ଆଲୁମିନିୟମ ସ୍ମେଲଟର, ଲାଞ୍ଜିଗଡ଼ ଆଲୁମିନା ରିଫାଇନେରି, ଜାମ୍‌କାନିଠାରେ ଥିବା ଖଣି ଏବଂ ଛତିଶଗଡ଼ର କୋରବାଠାରେ ଥିବା ବେଦାନ୍ତ ବାଲ୍‌କୋ ପରିସରରେ ଗ୍ରୀନ୍‌ ହାର୍ଟସ ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ ଗୋଷ୍ଠୀର ଲୋକମାନଙ୍କୁ ସାମିଲ କରାଯାଇଥିଲା। ଏକ ସପ୍ତାହବ୍ୟାପୀ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୨୫୦୦ରୁ ଅଧିକ ଚାରାରୋପଣ କରାଯାଇଥିଲା। ସେହିଭଳି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ସହର ଚାରିପାଖରେ ସ୍ବଚ୍ଛତା ଅଭିଯାନ ଓ ଦୋକାନୀମାନଙ୍କୁ ୧୫,୦୦୦ରୁ ଅଧିକ କପଡ଼ା ବ୍ୟାଗ୍‌ ବଣ୍ଟନ କରାଯାଇଥିଲା। ଏପରିକି ଲୋକମାନଙ୍କୁ ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବାକୁ ସଚେତନ କରାଯାଇଥିଲା। ସ୍କୁଲଗୁଡ଼ିକରେ ପରିବେଶ ସଂରକ୍ଷଣ ଓ ପ୍ଲାଷ୍ଟିକ ବର୍ଜନ ବିଷୟ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଜନସଚେତନତା ଅଧିବେଶନର ଆୟୋଜନ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ (ଆଲୁମିନିୟମ ବିଜ୍‌ନେସ୍‌)ର ସିଇଓ ରାହୁଲ ଶର୍ମା କହିଛନ୍ତି, କମ୍ପାନୀ ଅଂଶୀଦାର ଇକୋ ସିଷ୍ଟମର ଦୀର୍ଘମିଆଦୀ ଆବଶ୍ୟକତା ସହିତ ଆମର କାର୍ଯ୍ୟ ନିକଟତର ହୋଇଛି।

Share