Categories: ବାଣିଜ୍ୟ

ବକ୍ସାଇଟ୍‌ ବିଶୋଧନ ପ୍ରକ୍ରିୟାରେ ବେଦାନ୍ତର ଅଭିନବ ସଫଳତା

ଭୁବନେଶ୍ୱର,୭।୧୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ଲିମିଟେଡକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷ କରି ଦେଶର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉପତ୍ାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ନୂତନ ବିଶୋଧନ ପ୍ରକ୍ରିୟାର ଶୁଭାରମ୍ଭ କରିଛି, ଯାହା ଆଲୁମିନିୟମ ବିଶୋଧନ ପ୍ରକ୍ରିୟାରେ ବିନିଯୋଗ ସହ ବକ୍ସାଇଟ ଅବଶିଷ୍ଟାଂଶକୁ ୩୦%ହ୍ରାସ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଉକ୍ତ ପ୍ରକ୍ରିୟା ଦକ୍ଷତା ଉତ୍ସକୁ ବୃଦ୍ଧି କରିବ ଓ ବିଶୋଧନ ସମୟରେ କମ ଶକ୍ତି ଦରକାର କରିବ। ଉକ୍ତ ଗବେଷଣା ପ୍ରକଳ୍ପକୁ ବେଦାନ୍ତର ବିଶ୍ୱସ୍ତରୀୟ ଆଲୁମିନା ହାଉସ ଲାଞ୍ଜିଗଡ଼ର ସମର୍ଥନ ସହିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଖଡ଼ଗପୁରଙ୍କ ସହଯୋଗରେ କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦ୍ୱାରା ପରିଚାଳିତ କରାଯିବ। ଏହା ଗ୍ଲୋବାଲ ଆଲୁମିନିୟମ ଶିଳ୍ପ ଉପରେ ସ୍ଥାୟୀ ପ୍ରଭାବ ପକାଇବ। ସେହିଭଳି ଆଲୁମିନିୟମ ପ୍ରସ୍ତୁତି ପାଇଁ ବକ୍ସାଇଟ ହେଉଛି ଏକ ମୌଳିକ ଧାତୁ ଓ ଏହାକୁ ବିଶୋଧନ କରାଯାଇ ଆଲୁମିନିୟମ ଉପତ୍ାଦ ପ୍ରସ୍ତୁତ କରାଯାଏ। ଏହି ବିଶୋଧନ ପ୍ରକ୍ରିୟାରୁ ବକ୍ସାଇଟର ଅବଶିଷ୍ଟାଂଶ ସୃଷ୍ଟି ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ଡେପୁଟି ସିଇଓ (ଆଲୁମିନା ବ୍ୟବସାୟ) ଜି.ଜି.ପାଲ କହିଛନ୍ତି, ସ୍ଥିରତା ହାସଲ କରିବାରେ କମ୍ପାନୀର କାର୍ଯ୍ୟକାରୀ ଦକ୍ଷତା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଉକ୍ତ ଲକ୍ଷ୍ୟ ଉଦ୍ଦେଶ୍ୟରେ ବର୍ତ୍ତମାନ ଆମେ ଶିଳ୍ପ ସମସ୍ୟାର ସମାଧାନ ପାଇଁ ବୈଷୟିକ ନେତୃତ୍ୱାଧୀନ ଅଭିନବ ସମାଧାନ ଲାଗି ଘରୋଇ ଆର ଆଣ୍ଡ ଡି ପଦକ୍ଷେପ ଉପରେ ଧ୍ୟାନ ଦେଉଛୁ। ସେହିଭଳି ବେଦାନ୍ତ ଆଲୁମିନିୟମର ମୁଖ୍ୟ ଗବେଷଣା ଓ ବିକାଶ ଅଧିକାରୀ ଡ. ଅମିତ ଚାଟାର୍ଜି କହିଛନ୍ତି, ବକ୍ସାଇଟର ବଳକା ପଦାର୍ଥର ସଦୁପଯୋଗ ଆମ ପାଇଁ ଏକ ମାଇଲଖୁଣ୍ଟ ହେବ ଓ ଶକ୍ତି ସଂରକ୍ଷଣ ପାଇଁ ଏକ ପଥ ପ୍ରଦାନ କରିବ ଏବଂ ବିଶ୍ୱର ଆଲୁମିନିୟମ ଶିଳ୍ପକୁ ପୁନଃନିର୍ମାଣ କରିବାରେ ଏହା ବେଶ୍‌ ସହାୟକ ହେବ। ସେହିପରି ଆଇଆଇଟି ଖଡ଼ଗପୁରର ମେଟାଲର୍ଜିକାଲ ଓ ସାମଗ୍ରୀ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡ. ଚେନ୍ନାରାଓ ବୋରା କହିଛନ୍ତି, ସ୍ଥିରତା ଲକ୍ଷ୍ୟ ପାଇଁ ବେଦାନ୍ତ ଆଲୁମିନିୟମ ଆର ଆଣ୍ଡ ଡି ପ୍ରତି ସମର୍ପିତ ହେବା ପ୍ରକୃତରେ ପ୍ରେରଣାଦାୟକ । ବିଶେଷ କରି ବକ୍ସାଇଟ ବଳକା ପଦାର୍ଥ ହ୍ରାସ ଆଲୁମିନିୟମ ଶିଳ୍ପ ପାଇଁ ଏକ ପ୍ରମୁଖ ଆହ୍ବାନ ହୋଇଥିବାବେଳେ ଯାହାକୁ ବୈଷୟିକୀ ଦ୍ୱାରା ସମ୍ଭବ କରାଯାଇପାରେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଆଇଟି ଖଡ଼ଗପୁର ଓ ବେଦାନ୍ତ ଲିମିଟେଡର ମିଳିତ ପ୍ରୟାସରେ ବିକଶିତ ହୋଇଥିବା ଉକ୍ତ ପ୍ରକ୍ରିୟା କେବଳ ବକ୍ସାଇଟ ବଳକା ପରିଚାଳନାରେ ସହାୟତା କରିବ ନାହିଁ, ଅପରପକ୍ଷରେ ମଧ୍ୟ କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବ।

Share